ବିମୁଦ୍ରାକରଣ ପ୍ରସଙ୍ଗରେ ସଂସଦ ଅଚଳ :୨୮ରେ ଦେଶବ୍ୟାପି ପ୍ରତିବାଦ ଡାକରା

17

କନକ ବ୍ୟୁରୋ : ବଡ ନୋଟ ଅଚଳକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରି ଗୃହ କାର୍ଯ୍ୟ ଚଲାଇ ଦେଉ ନାହାଁନ୍ତି । ସଂସଦରେ ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଉପସ୍ଥିତ ରହିପାରନ୍ତି ।

ଗତକାଲି  ପ୍ରଧାନମନ୍ତ୍ରୀ ଲୋକସଭାରେ ଉପସ୍ଥିତ ରହିଥିଲେ । ତେବେ ବିରୋଧୀ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚାଲିପାରିନଥିଲା । ନୋଟ ଅଚଳ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଥିବା ବେଳେ ସରକାର ପକ୍ଷରୁ ଏହାର ଉତର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଦେବେ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଏବେ ସରକାର ବିରୋଧୀଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି ବିଜେପିର ବରିଷ୍ଠ ନେତାମାନେ ବିରୋଧୀ ନେତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।