ନୂଆଦିଲ୍ଲୀ:ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦେଖି ଘରୋଇ ଯାନ ପାର୍କିଂ ଫି ୪ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାନବାହନ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ସୁପାରିଶରେ ଏକ ସ୍ୱତନ୍ତ୍ର ପ୍ୟନେଲ ଗଠନ କରାଯାଇଛି । ଘରୋଇ ଯାନବାହନ ବ୍ୟବହାରରେ ରୋକ୍ ଲଗାଇବା ପାଇଁ ପାର୍କିଂ ଫି ବୃଦ୍ଧି ନିତାନ୍ତ ଅବଶ୍ୟକ ବୋଲି ଏନ୍ଜିଟି ନିଷ୍ପତ୍ତି ନେଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ସରକାର ପ୍ୟାନେଲର ଏହି ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିବା ପରେ ଫି ବୃଦ୍ଧି ହେବ। ଏହା ସହିତ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ପ୍ୟାନେଲ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି। ମେଟ୍ରୋ ଟ୍ରେନ୍ ଗୁଡିକରେ ଦିନକୁ ଅନ୍ୟୁନ ୧୦ ଘଣ୍ଟା ପାଇଁ ଟିକେଟ ଦର କମାଇବା ପାଇଁ ମଧ୍ୟ ଆଲୋଚନା ହୋଇଛି। ତେବେ ଘରୋଇ ଯାନବାହନ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇପାରିଲେ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଇଛି ।