ଭୁବନେଶ୍ୱରରେ ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା : ସପିଂମଲ୍, ମଲ୍ଟିପ୍ଲେକ୍ସରେ ନିଜସ୍ୱ ସ୍ଥାନରେ ପାର୍କିଂ ଫି ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

451

କନକ ବ୍ୟୁରୋ : ଭୁବନେଶ୍ୱରରେ ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓ ଉଚ୍ଚ ଅଟ୍ଟାଳିକାରେ ପାର୍କିଂ ଫି ନିଆଗଲେ ଦୃଢ କାର୍ଯାନୁଷ୍ଠାନ ନିଆଯିବ । ଅନଧିକୃତ ପାର୍କିଂ ଫି ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମଲର ନିଜସ୍ୱ ପାର୍କିଂ ସ୍ଥାନରେ ଫି ଆଦାୟ ହୋଇପାରିବନି । ହେଲେ ମଲ ବାହାରେ ବିଏମସି ସ୍ଥାନ ପାଇଁ ଏହା ଲାଗୁ ହେବ ନାହିଁ । ବିଏମସି ନାଁରେ କେହି ଅନଧିକୃତ ପାର୍କି ଫି ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏସବୁ ସ୍ଥାନରେ ପାର୍କିଂ ଫି ନେବା ବେଆଇନ୍ ବୋଲି ବିଡିଏ କହିଛି ।

ଏଥିସହ ଆପାର୍ଟମେଂଟ୍ ଏବଂ ହାଉସିଂ ପ୍ରୋଜେକ୍ଟରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲାଗିଛି । ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ବେଳେ ଏଥିରେ ପାର୍କିଂ ବ୍ୟବସ୍ଥା କରିବାକୁ ପୂର୍ବରୁ ବିଡିଏର ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତେବେ ଏହାକୁ ଉଲ୍ଲ୍ଂଘନ କରି କିଛି ସପିଂ ମଲ୍, ମଲ୍ଟିପ୍ଲେକ୍ସ ଏବଂ ଆପାର୍ଟମେଂଟ୍ ପାର୍କିଂ ଫି ନେଉଥିବା ବିଡିଏ ନଜରକୁ ଆସିଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ବିଡିଏ ପାର୍କିଂ ଫି ଉପରେ କଟକଣା ଲଗାଇଛି ।