ବିଡିଏର ପାର୍କିଂ ଫି ଛାଡ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛି ଏସପ୍ଲାନେଡ । ଲୋକଙ୍କ ଠାରୁ ପାର୍କିଂ ଫି ବାବଦରେ ଆଦାୟ କରୁଛି ହଜାର ହଜାର ଟଙ୍କା । 

161

କନକ ବ୍ୟୁରୋ : ବେଆଇନ ପାର୍କି ଫି-ଆଦାୟ ନେଇ କଟକଣାକୁ ମାନୁନି ସପିଙ୍ଗ ମଲ ଏସ-ପ୍ଲାନେଡ । କାଳି ଗାଈର ଭିନେ ଗୋଠ ପରି ବିଏମସି ଓ ବିଡିଏ କଟକଣା ଲାଗୁ କରିବା ପରେ ମଧ୍ୟ ଏବେବି ପାର୍କି ଫି ଆଦାୟ କରୁଛି ଏହି ମଲ । ଏହି ମଲକୁ ଆସୁଥିବା ଗ୍ରାହକମାନଙ୍କୁ ଲୁଟିଛନ୍ତି ଏହାର କର୍ତୁପକ୍ଷ ।

ପାର୍କିଂ ଫି ଆଦାୟ ନକରିବାକୁ ବିଡିଏ ନୋଟିସ ଦେଲା, ହେଲେ ଏହି ନିର୍ଦ୍ଦେଶକୁ ମାନିବାକୁ ନାରାଜ ଏସପ୍ଲାନେଡ୍ ୱାନ୍ । ତିନି ଦିନ ପରେ ବି ପାର୍କିଂ ଫି’ ଆଦାୟ କରୁଛି ଭୁବନେଶ୍ୱେରର ଏହି ମଲ୍ । ଏ ହେଉଛି, ଆଜି ଏସପ୍ଲାନେଡ୍ କାଟିଥିବା ପାର୍କିଂ ଫି ରସିଦ୍ ।  ୧୯ ତାରିଖରେ ମଧ୍ୟ ପାର୍କିିଂ ପାଇଁ ଟଙ୍କା ଆଦାୟ କରାଯାଉଛି । ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ନାରାଜ କର୍ମଚାରୀ । ଏପରିକି ମଲର କୌଣସି ଅଧିକାରୀ ସାମନାକୁ ଆସୁନାହାନ୍ତି । ସୁରକ୍ଷା କର୍ମୀ କହୁଛନ୍ତି, ସେମାନଙ୍କ ପାଖରେ ପହଁଚିନାହିଁ ବିଡିଏ ନୋଟିସ୍ ।

ମଲ୍, ବ୍ୟବସାୟିକ ପ୍ରତିଷ୍ଠାନ, ହସପିଟାଲ ଗୁଡିକ ପାର୍କିଂ ଫି’ ଆଦାୟ କରିବା ବେଆଇନ୍ ଦର୍ଶାଇବା ସହ ଫି’ ନନେବା ଲାଗି ବିଡିଏ ଜାରି କରିଥିଲା ନୋଟିସ୍ । ଏ ନେଇ ବିଏମସି ଭବାନୀ ମଲରେ ଚଢ଼ାଉ କରିଥିଲା ସ୍କ୍ୱାଡ୍ । ଏହା ପରେ ଫୋରମ ମାର୍ଟ, ଆପୋଲ ହସପିଟାଲ ଭଳି ଅନେକ ପ୍ରତିଷ୍ଠାନ ପାର୍କିଂ ଫି’ ଆଦାୟ ବନ୍ଦ କରିଛନ୍ତି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇଦେଇଛି ଏସପ୍ଲାନେଡ ।

ଏବେ ପ୍ରଶ୍ନ ଉଠୁଛି, ସରକାରୀ ନିୟମକୁ କାହିଁକି ମାନୁନାହିଁ ଏସପ୍ଲାନେଡ୍? ପାର୍କିଂ ଫି’ ନେଇ ବିଭି୍ନ୍ନ ପ୍ରତିଷ୍ଠାନ ଉପରେ ବିଡିଏ-ବିଏମସି ସ୍କ୍ୱାଡ୍ ଚଢ଼ାଉ କରୁଥିବା ବେଳେ କେବେ ହେବ ଏସପ୍ଲାନେଡ୍ ଉପରେ ଚଢ଼ାଉ?