ପ୍ୟାରିସ୍ ବେକରୀକୁ ନେଇ ଉଠିଲା ସବୁଠୁ ବଡ ବିବାଦ ! ୩୫ କୋଟି ଟଙ୍କା ଠକି ନେଇଥିବା ବଡ ଅଭିଯୋଗ ।

131

କନକ ବ୍ୟୁରୋ : ଚାରି ବର୍ଷ ତଳେ ଓଡ଼ିଶାରେ ପ୍ୟାରିସ୍ ବେକରୀ ବ୍ରାଣ୍ଡ୍ ସୃଷ୍ଟି ପାଇଁ ନାଁ କରିଥିବା ଜୟନାରାୟଣ ପୂଜାପଣ୍ଡାଙ୍କ ନାଁରେ ଆସିଛି ୩୫ କୋଟି ଟଙ୍କାର ଠକେଇ ଓ ଜାଲ୍ ବ୍ୟବସାୟିକ କାରବାରର ଅଭିଯୋଗ । ସ୍ୱତନ୍ତ୍ର ବେକରୀ ଓ କୁକିଜ୍ ଉତ୍ପାଦନ କରୁଥିବା କମ୍ପାନୀ, ପ୍ୟାରିସ୍ ବେକରୀର ପ୍ରତିଷ୍ଠାତା ଜୟ ନାରାୟଣ ପୂଜାପଣ୍ଡାଙ୍କ ନାଁରେ ଆଜି କ୍ରାଇମବ୍ରାଂଚର ଇକୋନୋମିକ୍ ଅଫେନସ ୱିଙ୍ଗରେ ଅଭିଯୋଗ ଦାଖଲ କରିଛନ୍ତି ଅନେକ ଯୁବ ଫ୍ରାଚାଇଜି ବା ବ୍ୟବସାୟୀ ।

ସେମାନଙ୍କ ଅଭିଯୋଗ ହେଲା, ପୂଜାପଣ୍ଡା ଓଡ଼ିଶାରେ ପ୍ରାୟ ୩୦ଟି ଫ୍ରାଂଚାଇଜି ଦେଇଥିବା ବେଳେ ସମାନ ସଂଖ୍ୟକ ବ୍ୟବସାୟୀଙ୍କୁ ସେମାନଙ୍କର ପ୍ରାପ୍ୟ ନଦେଇ କିଛି ମାସ ହେଲା ଠକି ଚାଲିଛନ୍ତି । ଗୋଟିଏ ଗୋଟିଏ ଷ୍ଟୋରକୁ ଏକାଧିକ ବ୍ୟବସାୟୀଙ୍କୁ ବିକି ଜାଲିଆତି ଓ ଠକେଇ କରିଛନ୍ତି । ପ୍ୟାରିସ୍ ବେକରୀ କମ୍ପାନୀରେ ତାଙ୍କର ପତ୍ନୀ ରାଜଲକ୍ଷ୍ମୀ ମହାସୁଆର ଓ ଅନ୍ୟଜଣେ ବ୍ୟକ୍ତି ବିଭାସ ରଂଜନ ଡାଇରେକ୍ଟର ଥିବା ବେଳେ ଏବେ ସେମାନଙ୍କ ପତା ମିଳୁନି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ ପ୍ୟାରିସ ବେକରୀ ମାଲିକ କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।