ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରା ! ‘କେସରୀ’ ସିନେମାରେ ପ୍ରଥମ ଥର ପାଇଁ ଦର୍ଶକ ଦେଖିବେ ଉଭୟଙ୍କ ଯୋଡ଼ି

50

ଗତ ବର୍ଷ ସଲମାନ୍ ଖାନ୍ ଓ କରଣ ଜୋହର ଏକାସହ ମିଶି ଏକ ସିନେମା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସିନେମାରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ କୌଣସି କାରଣବଶତଃ ସଲମାନ୍ ଏହି ସିନେମା କରିବାରୁ ଓହରି ଯାଇଥିଲେ । ତେବେ ଏନେଇ ଅନେକ ସମାଲୋଚନାର ଶିକାର ହୋଇଥିଲେ କରଣ ଜୋହର ଓ ଅକ୍ଷୟ କୁମାର । କିନ୍ତୁ ଅକ୍ଷୟ କୁମାର ଓ ସିନେ ନିର୍ଦ୍ଦେଶକ କରଣ ଜୋହର ସିନେମାର ନୂଆଁ ନାମ ଦେଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।  ସିନେମାର ନାଁ ହେଲା ‘କେସରୀ’ । ଏହି ସିନେମା ୨୦୧୯ରେ ହୋଲିରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

pari-akshayତେବେ ଏହି ସିନେମାରେ ନାୟିକା ଭୂମିକାରେ ଅଭିନୟ ପାଇଁ କ୍ୟାଟ୍ରିନା ଓ ପରିଣୀତି ଚୋପ୍ରାଙ୍କ ନାମ ଆସୁ୍ଥିଲା । ଏପରି ହୋଇଥିଲେ ପ୍ରଶଂସକମାନେ ପୁଣି ଥରେ କ୍ୟାଟ୍ରିନା-ଅୟକ୍ଷଙ୍କୁ ପୁଣି ଥରେ ଦେଖିବାର ସୁଯୋଗ ପାଇଥାନ୍ତେ । କିନ୍ତୁ ବର୍ତ୍ତମାନ ଆସିଥିବା ଖବର ଅନୁସାରେ ଏବେ ଏହି ସିନେମାରେ କ୍ୟାଟ୍ରିନା ନୁହେଁ ପରିଣୀତି ଚୋପ୍ରା ନଜର ଆସିବାର ସମ୍ଭାବନା ରହିଛି । ତେବେ ଏକଥା ଯଦି ସତ ହୁଏ ତେବେ ଦର୍ଶକ ଏହି ଯୋଡ଼ିଙ୍କୁ ପ୍ରଥମ ଥର ଦେଖିବାର ସୁଯୋଗ ପାଇବେ ।

ସୂଚନାଯୋଗ୍ୟ ଅଜୟ ଦେବଗନ୍ ମଧ୍ୟ ଏହି ସିନେମା ସହ ମିଶୁଥିବା ଏକ କାହାଣୀ ଉପରେ ସିନେମା ତିଆରି କରୁଛନ୍ତି । ଅଜୟ ବନ୍ଧୁ ସଲମାନଙ୍କୁ ଏକତା ଜଚ୍ଚାଇବା ଦବଙ୍ଗ ଖାନ୍ ସିନେମାରୁ ନିଜକୁ ଦୂରେଇ ନେଲେ । ୧୮୯୭ରେ ବ୍ରିଟିଶ ଭାରତୀୟ ସେନା ଓ ଆଫଗାନିସ୍ତାନର ସେନା ମଧ୍ୟରେ ହୋଇଥିବା ଯୁଦ୍ଧ ସାରାଗଢ଼ୀ ଉପରେ ଏହି ସିନେମା ଆଧାରିତ । ଏହି ଐତିହାସିକ ସିନେମାରେ ବ୍ରିଟିସ୍ ଭାରତୀୟ ସେନାର କେବଳ ୨୧ ଜଣ ଶିଖ୍ ଯବାନ ୧୦ ହଜାର ଆଫଗାନିସ୍ତାନ ସେନାର ସାମ୍ନା କରିଥିଲେ ।