ଅନୁଭୂତି ବଖାଣିଲେ ପରିଣୀତି ଚୋପ୍ରା ! କହିଲେ, ସ୍କୁଲ ଯିବା ସମୟରେ କିଛି ପିଲା ମୋର ସ୍କଟ ଉଠାଇବା ପାଇଁ ଚେଷ୍ଟା କରୁଥିଲେ

44

ନିକଟରେ ରିଲିଜ ହୋଇଛି ପରିଣୀତି ଚୋପ୍ରାଙ୍କ ସିନେମା ‘ମେରୀ ପ୍ୟାରୀ ବିନ୍ଦୁ’ । ଯାହା ବକ୍ସ ଅଫିସରେ ଖାସ କିଛି କମାଲ ଦେଖାଇ ପାରିଲା ନାହିଁ । ନିକଟରେ ପରିଣୀତି ‘ଓମେନ ସେଲ୍ଫ ଡିଫେନ୍ସ ଗାଜୁଏସନ ଡେ’ର ଏକ ଇଭେଣ୍ଟରେ ସାମିଲ ହେବା ପାଇଁ ପହଞ୍ଚିଥିଲେ । ସେଠାରେ ସେ ତାଙ୍କର ସ୍କୁଲ ସମୟର କିଛି ଚାଞ୍ଚଲ୍ୟକର ଖୁଲାସା କରିଥିଲେ । ଉକ୍ତ ଇଭେଣ୍ଟରେ ପରିଣୀତି କହିଛନ୍ତି ସେ ସମୟରେ ମୋ ବାପା ମା’ଙ୍କ ପାଖରେ ଏତେ ଟଙ୍କା ନଥିଲା ଯେଉଁଥିରେ ଆମେ କାର କିଣି ପାରି ଥାଆନ୍ତୁ ।

ତେଣୁ ସେ ସାଇକିଲରେ ସ୍କୁଲ ଯିବା ଆସିବା କରୁଥିଲେ ବୋଲି କହିଛନ୍ତି । ଏହାସହ ତାଙ୍କ ବାପା ସ୍କୁଲ ଯିବା ସମୟରେ ତାଙ୍କୁ କିଛି ଦୂର ଛାଡିବା ପାଇଁ ଯାଉଥିଲେ । ବାପା ଯିବା ପରେ କିଛି ବାତରା ପିଲା ତାଙ୍କର  ପିଛା କରୁଥିଲେ । କେବଳ ଯେ ପିଛା କରୁଥିଲେ ତା’ ନୁହଁ ସେମାନେ ପରିଣୀତିଙ୍କର ସ୍କଟ ଉଠାଇବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ । ଏଥିପାଇଁ ପରିଣୀତି ତାଙ୍କ ବାପା ମାଙ୍କୁ ବହୁତ ରାଗୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି  ।