ଆଗକୁ ପରୀକ୍ଷା ଋତୁ ! ପରୀକ୍ଷାର୍ଥୀଙ୍କୁ ଆଜି ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

64

କନକ ବ୍ୟୁରୋ : ଆଜିି ପରୀକ୍ଷାର୍ଥୀଙ୍କ ସହ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସମସ୍ତ ଶିକ୍ଷକ,ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଜରିଆରେ ପରୀକ୍ଷା ସମ୍ବନ୍ଧିତ ଆଲୋଚନା କରାଯିବ । ପରୀକ୍ଷା ସମୟରେ ଚାପମୁକ୍ତ ରହିବା ପାଇଁ ପରୀକ୍ଷାର୍ଥୀଙ୍କ ମନ୍ତ୍ର ଦେବେ ମୋଦି । ଯାହାର ନାମକରଣ ହୋଇଛି ‘ପରୀକ୍ଷା ପେ’ ଚର୍ଚ୍ଚା ୨.୦’। ଆଜି ଦିନ ୧୧ଟା ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଚଳିତ ଥର ମୋଦିଙ୍କୁ କିଛି ଛାତ୍ରଛାତ୍ରୀଙ୍କୁ ମିଳିବ ସାକ୍ଷାତ କରିବାର ସୁଯୋଗ । ନୂଆଦିଲ୍ଲୀର ଏକ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ସିଧାପ୍ରସାରଣ ସାରା ଦେଶରେ ହେବ। ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗନେବେ ।

ଗତବର୍ଷ ‘ପରୀକ୍ଷା ପେ’ ଚର୍ଚ୍ଚା’ ନାଁରେ କାର୍ଯ୍ୟକ୍ରମ ହୋଇଥିଲା । ସେଥିରେ ଓଡ଼ିଶାର ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିପାରି ନ ଥିଲେ। କୌଣସି କ୍ୟାମ୍ପସ କାର୍ଯ୍ୟକ୍ରମରେ କରାଯାଇ ନଥିଲା । ଏଥର କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ବବିଦ୍ୟାଳୟ ସାମିଲ ହେବେ । ଛାତ୍ରଛାତ୍ରୀ କ୍ୟାମ୍ପସରେ କିଭଳି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ’ ଚର୍ଚ୍ଚା ୨.୦’ର ସିଧାପ୍ରସାରଣ ଦେଖିପାରିବେ ।