ମୋଦିଙ୍କ ଭୂମିକାରେ ବଲିଉଡ଼୍ ଅଭିନେତା ପରେଶ ରାୱଲ ! ତିଆରି ହେଉଛି ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଆଧାରିତ ସିନେମା

58

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ତିଆରି ହେଉଛି ସିନେମା । ଖୁବ ଶୀଘ୍ର ମୋଦିଙ୍କୁ ସିନେ ପରଦାରେ ଦେଖିପାରିବେ ଦର୍ଶକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା ତିଆରି ହେବାକୁ ଯାଉଛି । ଆଉ ଉକ୍ତ ସିନେମାରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡ଼୍ ଅଭିନେତା ପରେଶ ରାୱଲ । ଖବର ଅନୁସାରେ ପରେଶ ରାୱଲରେ ମୋଦିଙ୍କ ଭୂମିକାରେ ଅଭିନୟ କିରବା ପାଇଁ ପୂର୍ବରୁ ହିଁ ହଁ କରିସାରିଛନ୍ତି । ତେବେ ବର୍ତ୍ତମାନ ସିନେମାର କାହାଣୀ ଲେଖାଯାଉଛି । ଗୁଜୁରାଟୀ ସିନେ ନିର୍ମାତା ମିତେଶ ପଟେଲ ଏହି ସିନେମା ତିଆରି କରିବା ପାଇଁ ଯାଉଛନ୍ତି ।

 

ସୂଚନାଯୋଗ୍ୟ ୨ ବର୍ଷ ପୂର୍ବରୁ ହିଁ ଏହି ସିନେମା ଉପରେ କାମ ଆରମ୍ଭ ହୋଇସାରିଛି । ସିନେମାର କାହାଣୀ ମଧ୍ୟ ଲେଖା ସରିଥିଲା । ଯେଉଁଠି ମୋଦି ଚା’ ତିଆରି କରିବା ଠାରୁ ଆରମ୍ଭ କରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ଚିତ୍ରାୟିତ କରାଯାଇଥିଲା । କିନ୍ତୁ ଏବେ ମୋଦି ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଏଥିପାଇଁ କାହାଣୀରେ ଅନେକ ଗୁରୁତ୍ୱପୁର୍ଣ୍ଣ ପରିବର୍ତ୍ତନ କରାଯିବ । ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବାର ଯାତ୍ରାରେ ମଧ୍ୟ ସିନେମା ସ୍କ୍ରିପ୍ଟରେ ଯୋଡ଼ାଯିବ । ମିଡ଼ିଆ ରିପୋର୍ଟ ଅନୁସାରେ ନିଜେ ପରେଶ ରାୱଲ କହିଛନ୍ତି, ଏବେ କାହାଣୀ ଉପରେ କାମ ଚାଲିଛି । ସୂଚନାଯୋଗ୍ୟ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଉ ଏକ ସିନେମା ନିର୍ମାଣ ହେବ ବୋଲି ଘୋଷଣା ହୋଇଛି । ଯେଉଁଠି ବିକ୍ଟର ବାନାର୍ଜୀ ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ ।