ମୃତ୍ୟୁ ପରର ଜୀବନ ! ପରେଶଙ୍କ ମୃତଦେହ ଏମ୍ସକୁ ଦାନ କଲେ ପରିବାର

30

ଖୋର୍ଦ୍ଧା : ମୃତ୍ୟୁ ପରର ଜୀବନ । ଏମିତି ଏକ ଜୀବନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସେ ଏମିତି ଏକ ବ୍ୟକ୍ତି, ଯିଏ ମୃତ୍ୟୁ ପରେ ବି ଚାହୁଁଥିଲେ ଲୋକଙ୍କ କାମରେ ଆସିବାକୁ । ତେଣୁ ବଂଚିଥିବା ବେଳେ ନିଜ ମୃତଦେହକୁ ଦାନ କରିବାକୁ ନିଷ୍ପତି ନେଇଥିଲେ । ଆଉ ଆଜି ତାଙ୍କ ଇଚ୍ଛା ପୂରଣ ହୋଇଛି । ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରିବା ପରିବର୍ତେ ହସପିଟାଲ କର୍ତୃପକ୍ଷଙ୍କୁ ଦାନ କରିଛନ୍ତି ।

vlcsnap-2016-11-30-19h32m49s164ବଦଳି ଯାଇଛି ପରେଶଙ୍କ ଶେଷଯାତ୍ରାର ଠିକଣା । ଖଇକଉଡି ବିଂଚି ମାଲଭାଇ ମୃତଦେହକୁ ନେଇ ନାହାଁନ୍ତି ମଶାଣିକୁ । ଅନ୍ତିମ ସଂସ୍କାର ପରିବା ପରିବର୍ତ୍ତେ, ବଡଭାଇଙ୍କୁ ଅମର ରଖିବାକୁ ଆଗେଇ ଆସିଛନ୍ତି ସାନଭାଇ । ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗାଁର ପରେଶ ରାଉତ । ଯିଏ ମୃତ୍ୟୁ ପରେ ବି ଖୋଜୁଥିଲେ ଜୀବନ । ତେଣୁ ପରେଶଙ୍କୁ ମିଳିଛି ମରଣତ୍ତୋର ମାନପତ୍ର । ମିଳିଛି ସମ୍ମାନଜନକ ଦଧିଚି ସମ୍ମାନ । କାରଣ ପରେଶଙ୍କ ଇଚ୍ଛା ଥିଲା ମୃତ୍ୟୁ ପରେ ତାଙ୍କ ଦେହକୁ ଦାନ କରିବେ ଭୁବନେଶ୍ୱରସ୍ଥିିତ ଏମ୍ସକୁ ।

vlcsnap-2016-11-30-19h33m50s132ମୃତ୍ୟୁ ପରେ ବି କେହି ଜଣେ ଦୃଷ୍ଟିହୀନ ପରେଶଙ୍କ ଆଖିରେ ଦେଖିବେ ସଂସାରକୁ । ତେଣୁ ମୃତ୍ୟୁର ୪ଘଂଟା ପରେ ଅସ୍ତ୍ରୋପଚାର କରି ତାଙ୍କ ଚକ୍ଷୁ କଣିକାକୁ କାଢି ନିଆଯାଇଛି । ଆଉ ମୃତ ଦେହକୁ ନେଇ ଡାକ୍ତରୀ ଛାତ୍ର ଛାତ୍ରୀ ଆରମ୍ଭ କରିଦେଇଛନ୍ତି ଗବେଷଣା । ଏବେ ଏହି ରସାୟନିକ ପ୍ରଲେପ ଭିତରେ ପରେଶ ବଂଚିବେ ଆହୁରି ୮ ବର୍ଷ । ଆଉ ଶହଶହ ଡାକ୍ତରୀ ଛାତ୍ରଙ୍କ ପାଇଁ ପାଲଟିବେ ପରୀକ୍ଷାନୀରିକ୍ଷାର ଉତ୍ସ ।

ହୁଏତ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର ହୋଇଥିଲେ ଜୁଇ ନିଆଁ ଲିଭିବା ବେଳକୁ ପାଲଟି ଯାଇଥାନ୍ତେ ମୁଠାଏ ପାଉଁଶ । ହେଲେ ଏବେ ସେ ଡାକ୍ତରୀ ଛାତ୍ରଙ୍କ ପାଖରେ ଜୀବିତ ।