ବାପାମା’ଙ୍କ କଳିରେ ଅତିଷ୍ଠ ବାଳକ : ଇଚ୍ଛା ମୃତ୍ୟୁ ଭିକ୍ଷା କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ

375

ବାପାମା’ଙ୍କ କଳିରେ ଅତିଷ୍ଠ ହୋଇ ୧୫ ବର୍ଷିୟ ବାଳକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଭିକ୍ଷା କରି ଚିଠି ଲେଖିଲେ । ଚିଠି ଲେଖିଥିବା ବାଳକ ଜଣକ ବିହାରର ମୂଳ ବାସିନ୍ଦା,  ଏବେ ସେ ଝାଡ଼ଖଣ୍ଡରେ ରହୁଛନ୍ତି । ଚିଠି ଲେଖିଥିବା ବାଳକର ବାପା ଜଣେ ସରକାରୀ ଚାକିରିଆ । ତାଙ୍କର ମାଆ ମଧ୍ୟ ପାଟନାର ଗୋଟାଏ ବ୍ୟାଙ୍କ୍ରେ କାମ କରନ୍ତି । ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ପରେ ଏ ବିଷୟରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିହାରର ଭାଗଲପୁର ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ପ୍ରାୟ ଦୁଇ ମାସ ତଳେ ବାଳକ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ପଠାଇଥିଲେ । ସେଠାରୁ ତାହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା । ରାଷ୍ଟ୍ରପତିଙ୍କୁ ବାଳକ ଜଣକ ଲେଖିଛନ୍ତି ଯେ ବାପା ଓ ମାଆଙ୍କ କଳହ ତାଙ୍କ ପାଠପଢ଼ା ଉପରେ କୁପ୍ରଭାବ ପକାଉଛି । ଏହାସହ ସେ ଲେଖିଛନ୍ତି କର୍କଟ ରୋଗାକ୍ରାନ୍ତ ତାଙ୍କ ବାପାଙ୍କୁ ମାଆଙ୍କ ତରଫରୁ ଅସାମାଜିକ ତତ୍ତ୍ୱମାନେ ଧମକ ଦେଉଛନ୍ତି । ଏସବୁ ଘଟଣାରେ ବିବ୍ରତ ହୋଇ ବାଳକ ଜଣକ ଜୀବନ ହାରିବାକୁ ଚାହୁଁଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ତଦନ୍ତ ଚାଲିଛି ଏବଂ ଆଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ।