ରାଜଧାନୀରେ ରୋଡ୍ ରୋମିଓଙ୍କ ରାଜ୍ ! ସ୍କୁଲ୍ ଆଗରେ ଛାତ୍ରୀଙ୍କୁ କରୁଛନ୍ତି ଅଶ୍ଳୀଳ କଂମେଟ୍

23

କନକ ବ୍ୟୁରୋ : ସ୍କୁଲ ଆଗରେ ଛକି ରହୁଛନ୍ତି ଅସାମାଜିକ ଯୁବକ । ସ୍କୁଲରୁ ଛାତ୍ରୀ ବାହାରିବା ମାତ୍ର ଆରମ୍ଭ ହୋଇ ଯାଇଛି କଂମେଟ୍ । ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଥିବା ୧ ନମ୍ବର ସେଂଟ୍ରାଲ ସ୍କୁଲ ଆଗରେ ବେଧଡକ୍ ଚାଲିଛି ରୋଡ୍ ରୋମିଓଙ୍କ ରାଜୁତି ।

ଆଉ ଏହି ଘଟଣାରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ । ରୋଡ୍ ରୋମିଓଙ୍କୁ କାବୁ କରିବା ଦାବିରେ ସ୍କୁଲ୍ ଆଗରେ ଧାରଣା ଦେଇଛି ଅଭିଭାବକ ସଂଘ । ଠିକ୍ ସ୍କୁଲ୍ ଖୋଲିଲା ଏବଂ ବନ୍ଦ ହେବା ସମୟକୁ ଛକି ରହୁଛନ୍ତି ଏହି ଅସାମାଜିକ ଯୁବକ । ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା ୧ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିଦିନ ଘଟୁଥିବା ଏହି ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି ।

ଗତକାଲି ସ୍କୁଲ ଆଗରେ ଘଟିଥିବା ଏକ ଘଟଣା ଉଭୟ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିବାବକଙ୍କ ଚିନ୍ତା ବଢ଼ାଇ ଦେଇଛି । ସ୍କୁଲ ଛୁଟି ହେବା ସମୟରେ ଜଣେ ଯୁବକ ବାଇକରେ ଆସି ଛାତ୍ରୀଙ୍କୁ କଂମେଟ୍ କରିବା ସହ ଟଣାଓଟରା କରିଥିଲା । ଠିକ୍ ଏହି ସମୟରେ ଅଭିଭାବକମାନେ ତାଙ୍କୁ ବାକୁ କରି ପୁଲିସ୍ ଜିମା ଦେଇଥିଲେ । ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଏହି ଅଶ୍ଲୀଳ କମେଂଟ୍ ଘଟଣାରେ ସ୍ଥାନୀୟ ଯୁବକ ଏବଂ ସ୍କୁଲର କିଛି ପୂର୍ବତନ ଛାତ୍ର ସାମିଲ୍ ଅଛନ୍ତି ।

ବାରମ୍ବାର ଏହି ଭଳି ଘଟଣା ଘଟୁଥିବାରୁ ଛାତ୍ରୀମାନେ ସ୍କୁଲ ଆସିବାକୁ ଭୟ କରୁଥିବା ବେଳେ ଉଇ କେୟର ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୁଲିସ୍ ପିସିଆର ଭ୍ୟାନ୍ ବୁଲାଇ କାମ ସାରି ଦେଉଛି ।