ବେଲଗାମ ହେଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ: ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ କରିବାକୁ ଦାବି କଲା ଓଡିଶା ପ୍ୟାରେଂଟ ଆସୋସିଏସନ

24

କନକ ବ୍ୟୁରୋ: ଓଡିଶା ସରକାର ଘରୋଇ ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ କରିବାକୁ ଦାବି କରିଛି ଓଡିଶା ପ୍ୟାରେଂଟ ଆସୋସିଏସନ ଫୋରମ । ଘରୋଇ ସ୍କୁଲ ଗୁଡିକ ଗୁଣାତ୍ମକ ଶିକ୍ଷା ଆଳରେ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି । ଯେଉଁଥି ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣ ଆଇନ ଆଣି ସରକାର ପ୍ରାଇଭେଟ୍ ସ୍କୁଲ ଗୁଡିକର ମନମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଦାବି କରିଛି ଅଭିଭାବକ ସଙ୍ଘ ।

କିଛି ବର୍ଷ ହେଲା ଘରୋଇ ବିଦ୍ୟାଳୟ ଗୁଡିକ ଚକ୍ରବୃଦ୍ଧି ହାରରେ ଫି ବଢାଉଛନ୍ତି । ଯେଉଁ ଅଭିଭାବକମାନେ ବିରୋଧ କରୁଛନ୍ତି ସେମାନଙ୍କ ପିଲାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ରେଡକ୍ରସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓପାଫ୍ ପକ୍ଷରୁ କୁହାଯାଇଛି । ଘରୋଇ ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ ଆଇନ ଯଥା ଶୀଘ୍ର ଲାଗୁ ନକଲେ ବହୁ ଛାତ୍ରଛାତ୍ରୀ ପାଠପଢିବାରେ ବଂଚିତ ହେବେ । ଯାହା ଫଳରେ ଆଗକୁ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଆଉ ସେଥିପାଇଁ ରାଜ୍ୟ ସରକାର ସଂପୂର୍ଣ ଭାବେ ଦାୟୀ ରହିବେ ବୋଲି ଫୋରମ ପକ୍ଷରୁ ଦାବି ହୋଇଛି ।