ପାଣି ଭିତରେ ପରେଡ: ସ୍ୱାଧୀନତା ଦିବସରେ ପ୍ରବଳ ବର୍ଷା ସତ୍ୱେ ନବରଙ୍ଗପୁର ଜିଲ୍ଲାରେ ପୁଲିସ ପକ୍ଷରୁ ପାଣି ଭିତରେ ପଶି ପରେଡ୍

41

କନକ ବ୍ୟୁରୋ: ପାଣି ଭିତରେ ପରେଡ୍ । ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ନବରଙ୍ଗପୁର ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି । ସ୍ୱାଧୀନତା ଦିବସରେ ନବରଙ୍ଗପୁରରେ ପାଣି ଭିତରେ ପୁଲିସ ପକ୍ଷରୁ ପରେଡ କରାଯାଇଛି । ଜିଲ୍ଲାପାଳ ଅଜିତ ମିଶ୍ର ପତକା ଉତୋଳନ କରିବା ପରେ ପରେଡ କରାଯାଇଥିଲା ।

ବର୍ଷା ଯୋଗୁଁ ପରେଡ ଗ୍ରାଉଣ୍ଡରେ ପାଣି ଜମି ରହିଥିବାରୁ ପୁଲିସ ପକ୍ଷରୁ ପାଣି ଭିତରେ ପଶି ପରେଡ କରାଯାଇଥିଲା । ପରେଡ ଉତ୍ସବରେ ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରବଳ ବର୍ଷା ଯୋଗୁଁ ପରେଡରେ କୌଣସି ସ୍କୁଲ ଛାତ୍ରଛାତ୍ରୀ କିନ୍ତୁ ଯୋଗ ଦେଇନଥିଲେ ।

 

ସେପଟେ, ବର୍ଷା ସତ୍ୱେ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ । ଏହି ଅବସରରେ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ୍ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଂଜଳି ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ଆଗକୁ ବଢୁଛି । ଚାଷୀ, ମହିଳା ଓ ଯୁବ ସମାଜ ବିକାଶର ମୁଖ୍ୟ ଆଧାର । ଏହା ସହ ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ରାଜ୍ୟର ସାଢେ ତିନି କୋଟି ଲୋକଙ୍କୁ ଲାଭ ମିଳିବ ।