ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ କ୍ରାଇମବ୍ରାଂଚର ଚିନ୍ତା । ଖୁବଶୀଘ୍ର କୋରିୟର ସଂସ୍ଥା ପାଇଁ ଜାରି ହେବ ଆଡଭାଇଜରି

40

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ କ୍ରାଇମବ୍ରାଂଚର ଚିନ୍ତା । ଖୁବଶୀଘ୍ର କୋରିୟର ସଂସ୍ଥା ପାଇଁ ଆଡଭାଇଜରି ଜାରି କରାଯିବ ବୋଲି ପୁଲିସ କହିଛି । କୋରିୟର ସଂସ୍ଥା ଗୁଡିକ ସିକୁରିଟି ରଖିବା ସହ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୁଲିସ କହିଛି । ଏହାସହ ଯେଉଁମାନେ ଆସୁଛନ୍ତି ସେମାନଙ୍କ ଆଇଡିଂଟି କାର୍ଡ ଓ ମୋବାଇଲ ନମ୍ବର ଯାଂଚ କରିବାକୁ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି । ଏନେଇ ଖୁବଶୀଘ୍ର ଆଡଭାଇଜରି ଜାରି କରାଯିବ ବୋଲି କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ବୋମା ବିସ୍ଫୋରଣ ଘଟଣାରେ ଅଟକ ଥିବା ୨ ଯୁବକଙ୍କ ମଧ୍ୟରୁ ଜଣକର ଲାଏ ଡିଟେକସନ ଟେଷ୍ଟ କରାଯିବାର ସମ୍ଭାବନା ରହିଛି । ସେପଟେ ପାଟଣାଗଡ ପୁଲିସର ଏକ ଟିମ୍ ଭୁବନେଶ୍ୱରରେ ପହଂଚିଛନ୍ତି । ମୃତ ସୌମ୍ୟ ଶେଖର ପଢିଥିବା ଘରୋଇ ଇଂଜିନିୟରିଂ କଲେଜରେ ଖୋଳତାଡ କରିଛି ।