ମୁଁ ଦେଖିଛି ଭୂତ ! ବିଜ୍ଞାନୀ ବି କହିଲେ ଅତି ଭୌତିକ କଥା . . .

274

କନକ ବ୍ୟୁରୋ : ଭୂତ, ପ୍ରେତ, ପ୍ରେତାତ୍ମା ଅଛନ୍ତି କି। ମନୁଷ୍ୟର ମୃତ୍ୟୁ ପରେ କଣ ଜୀବର ଅସ୍ତିତ୍ୱ ସମ୍ଭବ। ମରଣ ପରେ ଆତ୍ମାର ସତ୍ୟତା କେତେ। ଭୂତ, ପ୍ରେତ କାଳ୍ପନିକ ନା ଏଥିରେ ବାସ୍ତବତା ରହିଛି । ଦିଲ୍ଲୀରୁ ଭୂତପ୍ରେତଙ୍କ ଉପରେ ଗବେଷଣା କରଥିବା ଗୌରବ ତିୱାରୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ବିତର୍କ। ସତରେ କଣ ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ । ଭୂତ ପ୍ରେତଙ୍କର ଏକ ଦୁନିଆ ଅଛି କି । ଏହା ଉପରେ ଓଡିଶାରେ ମଧ୍ୟ ତର୍ଜମା ଚାଲିଛି । ତେବେ ଭୂତ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ନେଇ ଯୁକ୍ତି ବାଢିଛନ୍ତି ସାହିତ୍ୟିକ ତଥା ଅବସରପ୍ରାପ୍ତ ବରିଷ୍ଠ ବିଜ୍ଞାନ ଅଧ୍ୟାପକ ଶାନ୍ତନୁ ଆଚାର୍ଯ୍ୟ । କହିଛନ୍ତି , ଆତ୍ମାର ଅଲଗା ଦୁନିଆ ଅଛି।

ସେପଟେ ଶାନ୍ତନୁ ଆଚାର୍ଯ୍ୟଙ୍କ ସହ ଏକମତ ହୋଇଛନ୍ତି ବାବା ଆର୍ତତ୍ରାଣ। ସେ ବି କହିଛନ୍ତି ଭୂତ ପ୍ରେତଙ୍କ ଏକ ଦୁନିଆ ଅଛି। ମନୁଷ୍ୟ ଦେହରେ ପ୍ରବେଶ କରନ୍ତି ଆତ୍ମା। ବିଜ୍ଞାନ ଯୁଗରେ ଆତ୍ମାର ସ୍ଥିତି ସମ୍ଭବ।