ପାରଳାଖେମୁଣ୍ଡି ଗଣ ଆତ୍ମହତ୍ୟା ମାମଲା : କ୍ରାଇମବ୍ରାଂଚରେ ହାଜର ହେଲେ ବିଧାୟକ କେ. ସୂର୍ଯ୍ୟା ରାଓ

48

କଟକ ବ୍ୟୁରୋ, କନକ ନ୍ୟୁଜ୍ : ପାରଳାଖେମୁଣ୍ଡି ଗଣ ଆତ୍ମହତ୍ୟା ମାମଲାରେ କ୍ରାଇମବ୍ରାଂଚରେ ହାଜର ହେଲେ ବିଧାୟକ କେ. ସୂର୍ଯ୍ୟା ରାଓ । ଆଜି ସେ କଟକ କ୍ରାଇମବ୍ରାଂଚ ମୁଖ୍ୟାଳୟରେ ହାଜର ହୋଇଛନ୍ତି । ପାରଳାଖେମୁଣ୍ଡି ଗଣ ଆତ୍ମହତ୍ୟା ମାମଲାରେ ତାଙ୍କୁ ନୋଟିସ ଜାରି କରିଥିଲା କ୍ରାଇମବ୍ରାଂଚ । ଏହି ମାମଲାରେ ମୋଟ ୯ ଜଣଙ୍କୁ ନୋଟିସ ଜାରି କରିଛି କ୍ରାଇମବ୍ରାଂଚ ।

ପାରଳା ରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜର ଓ ତାଙ୍କ ଭାଇ ଭଉଣୀଙ୍କ ମୃତ୍ୟୁ ମାମଲାରେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଓ ସୁଇସାଇଡ ନୋଟର ଆଧାରରେ ଜେରା କରୁଛି କ୍ରାଇମବ୍ରାଂଚ । ସୁଇସାଇଡ ନୋଟରେ ପାରଳା ବିଧାୟ କେ. ସୂର୍ଯ୍ୟା ରାଓଙ୍କ ସମେତ କିିଛି ବ୍ୟକ୍ତି ଓ ସଂସ୍ଥାର ନାଁ ଉଲ୍ଲେଖ ରହିଥିଲା ।

ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ଆତ୍ମହତ୍ୟା ପଛରେ ଏମାନଙ୍କ କ’ଣ ଭୂମିକା ରହିଛି ସେ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଂଚ । ଗତ ଅଗଷ୍ଟ ୨୧ତାରିଖରେ ପାରାଳା ରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇ ଭଉଣୀ ଆତ୍ମହତ୍ୟା କରିଥିଲେ ।