ପାରଳା ଆତ୍ମହତ୍ୟା ଘଟଣା: ଆଜିଠାରୁ ଜେରା କରିବ କ୍ରାଇମବ୍ରାଂଚ

4

ପାରଳାଖେମୁଣ୍ଡି : ପାରଳା ଗଣଆତ୍ମହତ୍ୟା ଘଟଣାରେ ଆଜିଠାରୁ ଜେରା ପ୍ରକ୍ରିୟା ଆରମ୍ଭ କରିବ କ୍ରାଇମବ୍ରାଂଚ । ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା. ରାଓଙ୍କ ସହ ୯ଜଣଙ୍କୁ କ୍ରାଇମବ୍ରାଂଚ ଜେରା କରିବ ବୋଲି ସୂଚନା ମିଳିଛି । ପାରଳା ରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜର ଓ ତାଙ୍କ ଭାଇ ଭଉଣୀଙ୍କ ମୃତ୍ୟୁ ମାମଲାରେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ଓ ସୁଇସାଇଡ ନୋଟକୁ ଭିତି କରି ଜେରା କରିବ କ୍ରାଇମବ୍ରାଂଚ ।

ସୁଇସାଇଡ ନୋଟରେ ପାରଳା ବିଧାୟ କେ. ସୁରିଆ. ରାଓଙ୍କ ସମେତ କିିଛି ବ୍ୟକ୍ତି ଓ ସଂସ୍ଥାର ନାଁ ଉଲ୍ଲେଖ ରହିଥିଲା । ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ଆତ୍ମହତ୍ୟା ପଛରେ ଏମାନଙ୍କ କ’ଣ ଭୂମିକା ରହିଛି ସେ ନେଇ ଜେରା କରିବ କ୍ରାଇମବ୍ରାଂଚ । ଗତ ଅଗଷ୍ଟ ୨୧ତାରିଖରେ ପାରାଳା ରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇ ଭଉଣୀ ଆତ୍ମହତ୍ୟା କରିଥିଲେ ।

Comments are closed.