ପାରଳା ରାଜ ପରିବାରର ଭିତିରି କଥା : ୫୦୦ କୋଟିର ସମ୍ପତିକୁ ନେଇ ସୃଷ୍ଟି ହୋଇଥିଲା ବିବାଦ

32

ପାରାଳାଖେମୁଣ୍ଡି : ପାରାଳାଖେମୁଣ୍ଡି ରାଜାଙ୍କ ମ୍ୟାନେଜର ସମେତ ତାଙ୍କ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ପରେ ରହସ୍ୟରେ ରାଜା ଘରର ଭିତିରି କଥା । ଚର୍ଚ୍ଚା ହେଉଛି ୫୦୦ କୋଟିର ସଂପତିକୁ ନେଇ ହୋଇଥିବା ବଡ ଧରଣର ଷଡଯନ୍ତ୍ରର ପରିଣାମ ହେଉଛି ଏହି ଭୟାନକ ଘଟଣା । ରାଜା ପରିବାରର ସପଂତିକୁ ନେଇ ବିବାଦ ଚାଲିଥିଲା । ଏହା ପରେ ରାଜାଙ୍କୁ ନଜରବନ୍ଦୀ କରାଯାଇଥିବା ନେଇ ଜୋରଦାର ପ୍ରଚାର ହୋଇଥିଲା । ଏଥିରେ ରାଜାନେତାଙ୍କ ଠାରୁ ଆରମ୍ଭ କରି ଏକ ନିଦ୍ଦିଷ୍ଟ ଗଣମାଧ୍ୟମ ସାମିଲ ଥିଲେ ।

ଏବେ ବଡ ପ୍ରଶ୍ନ ହେଉଛି ନଜରବନ୍ଦି ପ୍ରଚାର ଷଡଯନ୍ତ୍ରର ଏକ ଅଂଶ ଥିଲା କି? ମ୍ୟାନେଜରଙ୍କ ପରିବାର ଲୋକ ସିଧାସଳଖ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଧାୟକ ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ । କଥାକୁ ଅତିରଂଜିତ ଭାବେ ପ୍ରଚାର କରି ଏପରି ଚାପସୃଷ୍ଟି କରାଯାଇଥିଲା, ସେଥିପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କହୁଛନ୍ତି ପରିବାର ଲୋକେ । ଏବେ ଆତ୍ମହତ୍ୟା ଉଦ୍ୟମ କରିଥିବା ମ୍ୟାନେଜର ଅନଙ୍ଗ ମଂଜରୀଙ୍କ ଭାଇ ସନ୍ତୋଷ ପାତ୍ର ମୃତ୍ୟୁ ସହ ଏମକେସିଜି ହସ୍ପିଟାଲରେ ସଂଘର୍ଷ କରୁଛନ୍ତି, ଏବେ ତାଙ୍କ ବୟାନ ଉପରେ ସମସ୍ତଙ୍କ ନଜର ରହିଛି ।