ରାଜା ରହିବେ ହସ୍ପିଟାଲରେ ! ପାରଳା ଗୋପୀନାଥ ଗଜପତିଙ୍କ ଘଟଣାରେ ନୂଆ ମୋଡ

36

କନକ ବ୍ୟୁରୋ : ୫ଶହ କୋଟିର ମାଲିକ । ପୂର୍ବ ପୁରୁଷଙ୍କ ବିରାଟ୍ ରାଜ ଉଆସ । ହେଲେ ରାଜାଙ୍କୁ ଏବେ ମୁଣ୍ଡ ଗୁଂଜିବାକୁ ପଡୁଛି ଚେନ୍ନାଇର ଆପୋଲୋ ହସ୍ପିଟାଲରେ । ଦୀର୍ଘ ୪ ମାସର ଚିକିତ୍ସା ପରେ ସୁସ୍ଥ ହୋଇଗଲେଣି ପାରଳାଖେମୁଣ୍ଡିର ରାଜା ଗୋପୀନାଥ ଗଜପତି । କେବଳ ଯାହା ଫିଜିଓଥେରାପୀ ଚାଲିଛି । ଯାହା ଘରେ ବି କରିହେବ ।

ଆଜି ପାରଳା ରାଜାଙ୍କୁ ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରିବାର ତାରିଖ ଥିଲା । ହେଲେ ଖୋଦ୍ ରାଜାଙ୍କ ଝିଅ ଆଉ ୪ ଦିନ ହସ୍ପିଟାଲରେ ରହିବା ପାଇଁ ଅନୁରୋଧ କରିଛନ୍ତି । ମାତ୍ର ଏବେବି ଅସ୍ପଷ୍ଟ, ରାଜା ହସ୍ପିଟାଲରୁ ବାହାରିବା ପରେ ପ୍ରାସାଦକୁ ଫେରିବା ନା ଝିଅ ପାଖରେ ରହିବେ । ଭାଇଙ୍କ ପାଖକୁ ଯିବେ ନା’ ସରକାର ଯତ୍ନ ନେବେ । ଆଉ ଏଭଳି ସ୍ଥିତିରେ ରାଜାଙ୍କ ପରବର୍ତୀ ଜୀବନକୁ ନେଇ ସୃଷ୍ଟି ହୋଇଛି ଅନେକ ଆଶଙ୍କା ।

ସଂପତି ହଡପର ଚକ୍ରାନ୍ତ ଏବଂ ରାଜାଙ୍କ ନଜରବନ୍ଦୀର ଗୁଜବର ଚାପରେ, ଅପମାନ ସହି ନପାରି ରାଜାଙ୍କ ଦେଖାରେଖା କରୁଥିବା ମ୍ୟାନେଜର ଏବଂ ତାଙ୍କ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା କରିଦେଇଛନ୍ତି । ଷଡଯନ୍ତ୍ରକାରୀଙ୍କ ବିରୋଧରେ ହାତଲେଖା ଚିଠି ଛାଡି ଦେଇ ଚାଲିଯାଇଛନ୍ତି ଆରପାରିକୁ । ଏତିକି ବେଳେ କିଏ ନେବ ପାରଳା ରାଜାଙ୍କ ଯତ୍ନ । ସେପଟେ ରାଜାଙ୍କ ଚିକିତ୍ସା କରୁଥିବା ବିଶିଷ୍ଟ କାର୍ଡିଆକ୍ ସର୍ଜନ୍ ଡାକ୍ତର ଦିଲ୍ଲୀପ ମିଶ୍ର କହିଛନ୍ତି ରାଜା ଏବେ ପ୍ରାୟ ସୁସ୍ଥ । ହସ୍ପିଟାଲରେ ଆଉ ଚିକିତ୍ସାର ଦରକାର ନାହିଁ ।

ଏପଟେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଘଟଣା ସଂପର୍କରେ ନଜର ରଖିଛନ୍ତି । ଚିକିତ୍ସା ସମୟରେ ୨୯ ଲକ୍ଷ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବା କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି କୁଆଡେ ଯିବେ ରାଜା? କାହା ପାଖରେ କଟାଇବେ ପରବର୍ତୀ ଜୀବନ । କିଏ କରିବ ପାରଳା ରାଜାଙ୍କ ଦେଖାରେଖା । ଏଭଳି ସ୍ଥିତିରେ ବୃଦ୍ଧ ରାଜାଙ୍କ ଯତ୍ନ କିଏ ନେବ, ତାକୁ ନେଇ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ ।

ଏହା ସହ ଦେଖନ୍ତୁ ହତ୍ୟା ମାମଲାରେ କେମିତି ଛନ୍ଦି ହେଲେ ମହିମା ମିଶ୍ର ! ଦେଖନ୍ତୁ କର୍ପୋରେଟ୍ ୱାରର ପୁରା କାହାଣୀ