ଆସିଲେନି ପାରଳା ରାଜା ! ବିମାନରେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଏୟାରପୋର୍ଟରୁ ହସ୍ପିଟାଲ୍ ଫେରିଲେ

23

କନକ ବ୍ୟୁରୋ : ପୁଣି ଚେନ୍ନାଇର ଆପୋଲୋ ଫେରିଲେ ପାରଳା ରାଜା ଗୋପିନାଥ ଗଜପତି । ବିମାନରେ ଅସୁସ୍ଥଙ୍କ ପାଇଁ ଉପଯୁକ୍ତ ସୁବିଧା ନଥିବାରୁ ବିମାନ ବନ୍ଦରରୁ ଫେରିଯାଇଛନ୍ତି ରାଜା । ତେବେ ଦିନେ ଦୁଇ ଦିନ ଭିତରେ ରାଜା ପାରଳାଖେମୁଣ୍ଡି ଆସିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଦୀର୍ଘ ୪ମାସ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଜା । ଆଜି ପାରଳାଖେମୁଣ୍ଡିର ରାଜା ଗୋପିନାଥ ଗଜପତି ହସ୍ପିଟାଲରୁ ଡିସଚାର୍ଜ ହୋଇ ତାଙ୍କ ଝିଅଙ୍କ ସହ ପାରଳା ଆସୁଥିଲେ । ନିକଟରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଦିଲ୍ଲୀପ ମିଶ୍ର କନକ ନ୍ୟୁଜକୁ ସୂଚନା ଦେଇଥିଲେ ଯେ, ତାଙ୍କ ଚିକିତ୍ସା ଶେଷ ହୋଇଛି । ସେ ପ୍ରାୟ ସୁସ୍ଥ ଅଛନ୍ତି, କେବଳ ଯାହା ଫିଜିଓଥେରାପୀ ଚାଲିବ ।

ଯାହା ଘରେ ରହି ମଧ୍ୟ ଦିଆଯାଇପାରିବ ବୋଲି ସେ ସୂଚନା ଦେଇଥିଲେ । କିନ୍ତୁ ଏହା ପରେ ଡିସଚାର୍ଜ ହେବା ପୂର୍ବରୁ ଆହୁରି ୪ ଦିନ ମେଡ଼ିକାଲରେ ରଖିବା ପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ରାଜାଙ୍କ ଝିଅ । ଶେଷରେ ସୁସ୍ଥ ହୋଇ ପାରଳାଖେମୁଣ୍ଡିକୁ ଫେରୁଛନ୍ତି ପାରଳା ମହାରାଜା ଗୋପୀନାଥ ଗଜପତି ।

ପାରଳା ରାଜାଙ୍କୁ ନଜରବନ୍ଦୀ କରାଯାଇଛି ବୋଲି ଏକ ନ୍ୟୁଜ୍ ଚ୍ୟାନେଲରେ ଖବର ପ୍ରସାରଣ ପରେ ଘଟଣା ବିବାଦୀୟ ହୋଇଥିଲା । ରାଜାଙ୍କ ମ୍ୟାନେଜର କନକ ମଂଜରୀଙ୍କୁ ଏଥିପାଇ ଦାୟୀ କରାଯାଇଥିଲା । ପରବର୍ତୀ ସମୟରେ ଚାପର ବଶବର୍ତୀ ହୋଇ ମ୍ୟାନେଜର ଏବଂ ତାଙ୍କର ତିନି ଭାଇଭଉଣୀ ଆତ୍ମହତ୍ୟା କରିଥିଲେ । ରାଜା ଚିକିତ୍ସା ପାଇଁ ଆପୋଲ ହସପିଟାଲରେ ଭର୍ତି ହୋଇଥିଲେ ।