ପାରଳା ଗଣଆତ୍ମହତ୍ୟା ମମାଲା : ତଦନ୍ତ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୃତ ଅନଙ୍ଗମଂଜରୀଙ୍କ ଭାଇ

62

କନକ ବ୍ୟୁରୋ : ପାରଳା ଗଣଆତ୍ମହତ୍ୟା ମମାଲା । ତଦନ୍ତ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୃତ ଅନଙ୍ଗ ମଂଜରୀଙ୍କ ପରିବାର । ଧିମେଇ ଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ୱିତ କରି ତୁରନ୍ତ ଦୋଷୀଙ୍କୁ ଗିରଫ କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀ ଚିଠି ଦେବା ସହ ଏହାର ଏକ ନକଲ ଗୃହସଚିବ, ପୁଲିସ ଡିଜି, ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି ଅନଙ୍ଗ ମଂଜରୀଙ୍କ ଭାଇ ଅମୂଲ୍ୟ ପାତ୍ର । ପାରଳା ଗଣଆତ୍ମହତ୍ୟା ଘଟଣାକୁ ଏହାରି ଭିତରେ ୭ ମାସ ବିତିଲାଣି ।

ହେଲେ ଏଯାଏଁ ଜଣେ ଦୋଷୀ ଗିରଫ କରାଯାଇନାହିଁ । ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତିଙ୍କୁ ତାଙ୍କ ମ୍ୟାନେଜର ଅନଙ୍ଗମଂଜରୀ ଓ ତାଙ୍କ ଦୁଇ ଭାଇ ନଜର ବନ୍ଦି ରହିଥିବା ନେଇ ଏକ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲା । ଏହାସହ ସ୍ଥାନୀୟ ବିଧାୟକ ଓ ଲୋକ ପ୍ରତିନିଧଙ୍କ ଚାପର ଶିକାର ହୋଇଥିଲେ ଅନଙ୍ଗମଂଜରୀ । ଶେଷରେ ଚାପରେ ପଡି ଅନଙ୍ଗମଂଜରୀ ଓ ତାଙ୍କ ୩ ଭାଇ ଭଉଣୀ ଆତ୍ମହତ୍ୟା କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –