ପାରଳା ଗଣ ଆତ୍ମହତ୍ୟା ମାମଲା : ମ୍ୟାଚ୍ କଲା ମୃତକଙ୍କ ହସ୍ତାକ୍ଷର ଓ ସୁଇସାଇଡ୍ ନୋଟର ଅକ୍ଷର

42

ପାରଳାଖେମୁଣ୍ଡି : ପାରଳା ଗଣ ଆତ୍ମହତ୍ୟା ମାମଲାରେ ମୃତକଙ୍କ ହସ୍ତାକ୍ଷର ସହ ସୁଇସାଇଡ ନୋଟରେ ଅକ୍ଷର ମେଳ ଖାଉଛି । ଏନେଇ ରିପୋର୍ଟ ଦେଇଛି କ୍ରାଇମବ୍ରାଂଚ ହ୍ୟାଣ୍ଡରାଇଟିଂ ବ୍ୟୁରୋ। ସୁଇସାଇଡ ନୋଟରେ ଥିବା ଅକ୍ଷର ମୃତ ମ୍ୟାନେଜର ଓ ତାଙ୍କ ଭାଇଭଉଣୀଙ୍କ ହ୍ୟାଣ୍ଡରାଇଟିଂ ସହ ସମାନ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ପାରଳା ମହାରାଜ ଗୋପିନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗମଂଜରୀ ଓ ତାଙ୍କ ୨ଭାଇ ଭଉଣୀଙ୍କ ମୃତଦେହ ଅଗଷ୍ଟ ୨୧ତାରିଖରେ ଉଦ୍ଧାର ହୋଇଥିଲା । ପରେ ମିଳିଥିବା ୩ଟି ସୁଇସାଇଡ ନୋଟରେ ୧୧ଜଣଙ୍କ ନାଁ ଉଲ୍ଲେଖ ରହିଥିଲା । ସ୍ଥାନୀୟ ବିଧାୟକ କେ.ସୁରିୟା ରାଓଙ୍କ ସହ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା ।

ଏବେ ହସ୍ତାକ୍ଷର ମେଳ ଖାଇଥିବାରୁ ସୁଇସାଇଡ ନୋଟରେ ଉଲ୍ଲେଖ ଥିବା ବ୍ୟକ୍ତି ଓ ଗଣମାଧ୍ୟମକୁ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତି କରିପାରେ । ସମ୍ପତି ଲୋଭରେ ପାରଳା ରାଜାଙ୍କୁ ନଜରବନ୍ଦୀ କରି ରଖାଯାଇଛି ବୋଲି ଗୁଜବ ପ୍ରଚାର କରାଯାଇଥିଲା । ରାଜାଙ୍କୁ ଉପଯୁକ୍ତି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆନଯାଇ ମ୍ୟାନେଜରଙ୍କ ପରିବାର ସମ୍ପତି ହଡପ କରିପାରନ୍ତି ବୋଲି ମିଛ ଖବର ପ୍ରଚାର କରି ଜନଆନ୍ଦୋଳନକୁ ଉସକା ଯାଇଥିଲା । ଏକ ଯୋଜନା ବଦ୍ଧ ଷଡଯନ୍ତ୍ର କରି ମ୍ୟାନେଜରଙ୍କ ଉପରେ ଚାପ ପକାଇ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ଜଣାପଡିଥିଲା ।