ଅସୁସ୍ଥ ପାରଳା ମହାରାଜ : ଉନ୍ନତ ଚିକିତ୍ସା ପାଇଁ ଚେନ୍ନାଇ ଗଲେ ଗୋପୀନାଥ ନାରାୟଣ ଦେବ

29

parala maharaj go for treatmentକନକ ବ୍ୟୁରୋ : ପାରଳା ମହାରାଜ ଗୋପୀନାଥ ନାରାୟଣ ଦେବ ଚିକିତ୍ସା ପାଇଁ ଚେନ୍ନାଇ ଗସ୍ତ କରିଛନ୍ତି । ତାଙ୍କ ଝିଅଙ୍କ ପାଖରେ ରହି ସେ ଚିକିତ୍ସିତ ହେବେ ବୋଲି ଜଣାପଡିଛି । ଗତକାଲି ରାତିରେ ମହାରାଜ ନିଜ ବ୍ୟକ୍ତିଗତ ସଚିବ ଓ କିଛି ସ୍ଥାନୀୟ ଲୋକଙ୍କ ସହ ବିଶାଖାପାଟଣା ଗସ୍ତ କରିଥିଲେ। ସେଠାରୁ ସେ ଚେନ୍ନାଇ ଗସ୍ତ କରିଛନ୍ତି।

parala maharaj go for treatmentଦୀର୍ଘ ଦିନ ଧରି ମହାରାଜ ରାଜବାଟିରୁ ବାହାରୁ ନଥିଲେ। କୌଣସି କାର୍ଯ୍ୟକ୍ରମରେ ଭାଗ ନେଉନଥିଲେ। ରାଜା ଗୋପୀନାଥ ନାରାୟଣ ଦେବଙ୍କୁ ତାଙ୍କ ପାଖଲୋକମାନେ ଅଟକ କରି ରଖିଥିବା ଏବଂ ସେ ଗୁରୁତର ଅସୁସ୍ଥ ଥିବା ଖବର ପ୍ରଚାର ହୋଇଥିଲା। ଏହା ପରେ ହଜାର ହଜାର ଲୋକ ରାଜବାଟୀ ସମ୍ମୁଖରେ ଜମା ହୋଇ ରାଜାଙ୍କୁ ଦେଖା କରିବାକୁ ଜିଦ୍ ଧରି ବସିଥିଲେ। ପରେ ଫାଟକ ଖୋଲିଲା ଏବଂ ଲୋକେ ରାଜାଙ୍କୁ ଦେଖା କରିଥିଲେ। କିନ୍ତୁ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।