ସଂପୃକ୍ତ ନ୍ୟୁଜ୍ ଚ୍ୟାନେଲ୍ ବିରୋଧରେ ଏତଲା ଦେବୁ : ମୃତ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ଭାଇ

21

ପାରଳା ମହାରାଜଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ଘଟଣା । ଏକ ନିର୍ଦ୍ଦିଷ୍ଟ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଦାୟୀ କରି ଏତଲା ଦେବା ପାଇଁ କହିଛନ୍ତି ମୃତ ଅନଙ୍ଗ ମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର । ଅମୂଲ୍ୟ କହିଛନ୍ତି ମହାରାଜାଙ୍କୁ ନଜରବନ୍ଦୀ କରି ରଖିବା ଖବର ମିଛ । ସଂପୃକ୍ତ ନ୍ୟୁଜ୍ ଚ୍ୟାନେଲରେ ଖବରକୁ ଅତି ରଞ୍ଜିତ କରି ଉପସ୍ଥାପନ କରାଯାଇଥିଲା । ଫଳରେ ଲୋକଲଜ୍ଜାରୁ ସେମାନେ ଅତ୍ମହତ୍ୟା କରିଛନ୍ତି । ଏହାସହ ସ୍ଥାନୀୟ ବିଧାୟକ କେ. ସୂର୍ଯ୍ୟା ରାଓଙ୍କ ବିରୋଧରେ ମଧ୍ୟ ଏତଲା ଦେବେ ବୋଲି କହିଛନ୍ତି ଅମୂଲ୍ୟ ।