ପାରଳା ଗଣଆତ୍ମହତ୍ୟା ମାମଲା : ତଦନ୍ତରେ ଶିଥିଳତା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଅନଙ୍ଗମଂଜରୀଙ୍କ ପରିବାର ଲୋକ

36

କନକ ବ୍ୟୁରୋ : ପାରଳା ଅନଙ୍ଗମଂଜରୀ ଗଣଆତ୍ମହତ୍ୟା ମାମଲା । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନଙ୍ଗମଂଜରୀଙ୍କ ପରିବାର ଲୋକ । କ୍ରାଇମବ୍ରାଂଚ ତଦନ୍ତର ଶିଥିଳତା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ନବୀନ ନିବାସର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଅନଙ୍ଗମଂଜରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାବଦରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଡିଜିଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ପାରଳା ରାଜା ଗୋପିନାଥ ମହାରାଜଙ୍କ ମ୍ୟାନେଜର ଅନଙ୍ଗମଂଜରୀଙ୍କ ସମେତ ୪ ଭାଇ ଭଉଣୀଙ୍କ ମୃତ୍ୟୁକୁ ପାଖାପାଖି ୮ ମାସ ବିତିଥିଲେ ସୁଦ୍ଧା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯଇନାହିଁ । ଆସନ୍ତା ୧୫ ଦିନ ଭିତରେ ଦୋଷୀଙ୍କୁ ଗିରଫ କରାନଗଲେ ଅନଙ୍ଗମଂଜରୀଙ୍କ ପରିବାର ଲୋକ ସଚିବାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି  ।

ଦେଖନ୍ତୁ ଏହି ଭିଡିଓ –