ବଢିଲା ମହିମା ମିଶ୍ରଙ୍କ ଅଡୁଆ : ହାଇକୋର୍ଟରୁ ମିଳିଲାନି ଅନ୍ତରୀଣ ସୁରକ୍ଷା

35

ପାରାଦୀପ : ଓଡିଶା ଷ୍ଟଭେଡର୍ସ ଲିମିଟେଡର ଅଧ୍ୟକ୍ଷ ମହିମାନନ୍ଦ ମିଶ୍ରଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ । ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ହତ୍ୟାକାଣ୍ଡ ମାମଲାରେ ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହିମା । ମହିମାଙ୍କ ସହ ତାଙ୍କର ଅନ୍ୟ ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଜଗତସିଂହପୁର ପୁଲିସକୁ କେସ ଡାଏରୀ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୀତକାଳୀନ ଅବକାଶ ପରେ ପାରାଦୀପ ସିୱେଜ୍ ମ୍ୟାନେଜରଙ୍କ ହତ୍ୟା ମାମଲାର ପରବର୍ତି ଶୁଣାଣୀ ହେବ । ଏହି ମାମଲାରେ ମହିମାଙ୍କ ନାମରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି ।

ଦେଖନ୍ତୁ ଏହି ଭିଡିଓ –