ଥାନାରେ ଶିଳ୍ପପତି ମହିମାଙ୍କ ଦୁଇ ପୁଅ ! ବାପାଙ୍କ ଆର୍ଥିକ କାରବାର ନେଇ ଜେରା

23

କନକ ବ୍ୟୁରୋ: ପାରାଦୀପ ଥାନାରେ ଶିଳ୍ପପତି ମହିମା ମିଶ୍ରଙ୍କ ଦୁଇ ପୁଅ । ମହିମାଙ୍କ ଆର୍ଥିକ କାରବାର ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ଚନ୍ଦନ ମିଶ୍ର ଓ ଚର୍ଚ୍ଚିତ ମିଶ୍ରଙ୍କୁ ପଚରାଉଚରା କରାଯାଉଛି । ଗତକାଲି ମହିମାଙ୍କ ଆକାଉଁଟାଂଟ ରବିନ୍ଦ୍ର ଦଳାଇ ଥାନାରେ ହାଜର ହୋଇଥିଲେ । ତାଙ୍କୁ ମଧ୍ୟ ବେଶ କିଛି ଘଂଟା ଧରି ଜେରା କରିଥିଲା ପାରଦୀପ ପୁଲିସ ।

ତେବେ ଥାନାରେ ହାଜର ପାଇଁ ଗତ ୮ ତାରିଖରେ ଚନ୍ଦନ ଓ ଚର୍ଚ୍ଚିତଙ୍କୁ ନୋଟିସ କରିଥିଲା ପାରାଦୀପ ପୁଲିସ । ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ସମାଗୋଳ ଜେଲରେ ଅଛନ୍ତି ଓଏସଏଲର ମୁଖ୍ୟ ମହିମା ମିଶ୍ର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-