ପାରାଦ୍ୱୀପରେ ହେଉଛି ତୁହାକୁ ତୁହା ଗୁଳିମାଡ ! କୌଣସି ରଣକ୍ଷେତ୍ର ନୁହେଁ ବରଂ ଶତ୍ରୃପକ୍ଷର ମୁକାବିଲା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସମରାଭ୍ୟାସ

33

କନକ ବ୍ୟୁରୋ : ତୁହାକୁ ତୁହା ଗୁଳିମାଡ । ବନ୍ଧୁକ ମୁନରୁ ଗର୍ଜନ ଶବ୍ଦ ସହିତ ତୋପରୁ ଲଗାତାର ଗୁଳିଗୋଳା ବର୍ଷଣ । ତେବେ ଏପରି କୌଣସି ରଣକ୍ଷେତ୍ରରେ ହେଉନାହିଁ,ଭାରତୀୟ ତଟରକ୍ଷୀ ବାହିନୀ ଚଲାଇଛି  ସମରାଭ୍ୟାସ । ପାରାଦ୍ୱୀପ ସମୂଦ୍ର ମୁହାଁଣ ଠାରୁ ଅଳ୍ପ ଦୂରରେ ଭାରତୀୟ ତଟରକ୍ଷୀ ବାହିନୀ ଚଲାଇଛି ତାହାର ସମରାଭ୍ୟାସ । ଶତୃପକ୍ଷର ଆକ୍ରମଣକୁ କିଭଳି ମୁକାବିଲା କରିହେବ ତା ପାଇଁ ଚାଲିଛି ଜୋରଦାର ଅଭ୍ୟାସ ।

ଚାଲିଛି ଜୋରଦାର ପ୍ରୟାସ । ସମୁଦ୍ର ଭିତରେ ଜଳପଥ ସୀମାସୁରକ୍ଷା ବାହିନୀରେ ଥିବା ତଟରକ୍ଷୀବାହିନୀ ସହିତ ଜାହାଜ ଗୁଡିକ ମଧ୍ୟ ପ୍ରସ୍ତୁତ । ତଟରକ୍ଷୀବାହିନୀର ଏହି ଜାହାଜ ଗୁଡିକ ଏବେ ସମୁଦ୍ର ମୁହାଁ । ଦିନରାତି ୨୪ଘଂଟା ଏମାନେ ଜଳପଥରେ ଆମକୁ ଦେଉଛନ୍ତି ସୁରକ୍ଷା । ଅତଳ ଜଳରାଶି ମଧ୍ୟରେ ଖରାବର୍ଷା ଶୀତ କାକରୁ ଖାତିର ନକରି ସମୂଦ୍ର ଭିତରେ ଦେଉଛନ୍ତି ପ୍ରହରା । ସମୁଦ୍ର ଭିତରେ ଭାରତୀୟ ତଟରକ୍ଷୀ ବାହିନୀ କିଭଳି ଶତୃପକ୍ଷକୁ ସାମ୍ନା କରିବେ ସେ ନେଇ ଚାଲିଛି ଅଭ୍ୟାସ । ଡେ ଆଟ୍ ସି ନାମକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବନିର୍ମିତ ଅତ୍ୟାଧୁନିକ ଜାହାଜ ସୁଜୟ, ରଜିଆ ସୁଲତାନ, ଆମୋଘ ଓ ଚ୍ୟାଲି ୪୨୦ । ଆଉ ଦେଖେଇ ଚାଲିଛନ୍ତି ସମୁଦ୍ର ଭିତରେ ଶତୃକୁ କିଭଳି କରିହୁଏ ମୁକାବିଲା କରିହୁଏ ।

୧୯୮୮ ମସିହା ଡିସେମ୍ବର ୨୨ ତାରିଖରେ ଆଇସିଜି ବଜ୍ର ତଟରକ୍ଷୀ ବାହିନୀରେ ସାମିଲ ହୋଇଥିଲା । ୩୦ ବର୍ଷ ଭିତରେ ଏହି ଜାହାଜ ୫୨ ହଜାର ୯୬୬ ଘଂଟା ସମୁଦ୍ରରେ ପ୍ରହରା ଦେଇଥବାବେଳେ ୫ ଲକ୍ଷ ୨୪ ହଜାର ୨୯୯ ନଟିକାଲ ମାଇଲ ଅତିକ୍ରମ କରିସାରିଛି । ଗତ ୨୧ତାରିଖରେ ଏହା ଭାରତୀୟ ତଟ ରକ୍ଷୀବାହିନୀରୁ ବିଦାୟ ନେବାପରେ ଆଉ ଏକ ଅତ୍ୟାଧୁନିକ ଜାହାଜ ଆଇସିଜି ସୁଜୟ ସାମିଲ ହୋଇଛି ।

ହଠାତ୍ ବାହ୍ୟଦେଶରୁ ଯଦି ଭାରତୀୟ ସୀମାକୁ ଶତୃ ପ୍ରବେଶ କରେ ତାହେଲେ ଚିନ୍ତା ନାହିଁ । କିଭଳି ଭାବେ ଶତ୍ରୁ ଧରାଶାୟୀ ହେବେ, ସେନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମେଇବା ପାଇଁ ସାଧାରଣ ଲୋକମାନଙ୍କୁ କୌଶଳ ଦେଖିବା ପାଇଁ ମିଳିଛି । କେବଳ ଶତ୍ରୁର ଆକ୍ରମଣ କଲେ ନୁହେିଁ ସମୁଦ୍ରରେ କୌଣସି ମାଛଧରା ବୋର୍ଟ ମଧ୍ୟ ବିପଦରେ ଥିଲେ ତୁରନ୍ତ ତାଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଯବାନମାନେ । ତଟରକ୍ଷୀବାହିନୀ ପ୍ରତି ଯୁବପୀଢି ମଧ୍ୟ ଆକୃଷ୍ଠ ହେବେ, ସେନେଇ ପ୍ରତିବର୍ଷ ଏହି ଅଭ୍ୟାସ କାର୍ଯ୍ୟକ୍ରମ କରିଆସୁଛନ୍ତି ତଟରକ୍ଷୀବାହିନୀ ।