କନକ ବ୍ୟୁରୋ : ପାରାଦୀପ ସି ୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଅଶୋକ ବିହାରୀକୁ ଗିରଫ କରାଯାଇଛି । ସି ୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅଶୋକ ବିହାରୀ ଓରଫ କାଦିର ଖାଁକୁ କୋଲକାତା ହାୱଡାରୁ ଗିରଫ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପାରାଦୀପ ପୋଲିସ ତାକୁ ହାୱଡାରୁ ଗିରଫ କରିଥିବା ସୂଚନା ମିଳିଛି । ଅଶୋକ ବିହାରୀକୁ ପ୍ରଥମେ ହାୱଡା କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ତାକୁ ଟ୍ରାଂଜିଟ୍ ରିମାଣ୍ଡରେ ଓଡିଶାକୁ ଅଣାଯିବବୋଲି ସୂଚନା ମିଳିଛି ।