ସିୱେଜ ସିପିଂ ମ୍ୟାନଜେର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ରାକେଶ ଚୈାବେର ରିମାଣ୍ଡ ଅବଧି ଶେଷ

25

ପାରାଦୀପ : ପାରାଦୀପ ସିୱେଜ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ରିମାଣ୍ଡ ଅବଧି ସରିବା ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେକୁ କୁଜଙ୍ଗ ଜେଏମଏଫସି କୋର୍ଟରେ ହାଜର କରିଛି ପୁଲିସ । ତେବେ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଅଧିକ ତଥ୍ୟ ପାଇଁ ରାକେଶକୁ ପୁଣି ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ପୁଲିସ ।

ଷ୍ଟିଭେଡରିଂ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ମହେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଅଭିଯୋଗକୁ ଆଧାର କରି ରାକେଶ ଚୌବେକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ପୁଲିସ ।

ରିମାଣ୍ଡ ଅବଧି ଭିତରେ ଜେରାରୁ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏହି ଘଟଣାରେ ଆଉ ୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସ ନେତା ବାପି ସର୍ଖେଲ ମଧ୍ୟ ଅଛନ୍ତି ।