ପାରଦୀପ ସିୱେଜ୍ ମ୍ୟାନେଜରଙ୍କ ହତ୍ୟାର ହେଲା ପର୍ଦ୍ଦାଫାଶ : ୨୦୧୫ରୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ୍

28

ପାରଦୀପ : ସିୱେଜ୍ ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ପଛରେ ରହିଛି ଷ୍ଟିଭେଡରିଂ ବିବାଦ । ଏଥିରେ ଓଏସଏଲର ସମ୍ପୃକ୍ତି ଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ମହେନ୍ଦ୍ର ଙ୍କୁ ମାରିବା ପାଇଁ ଅଭିଯୁକ୍ତଙ୍କୁ ସୁପାରି ଦିଆଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ସୁପାରି ଆକାରରେ ଓଏସଏଲ ପକ୍ଷରୁ ଆଗୁଆ ୧୨ ଲକ୍ଷ ଟଙ୍କା ଦିଆଯାଇଥିବା ପୁଲିସ କହିଛି । ଏମାନଙ୍କ ପାଖରୁ କିଛି ଟଙ୍କା, ୩ଟି ବନ୍ଧୁକ, ୫୦ ରାଉଣ୍ଡ ଗୁଳି, ୩ଟି ମଟର ସାଇକେଲ ଓ ଗୋଟିଏ ଆଟୋ ଜବତ କରିଛି ପାରଦୀପ ପୁଲିସ ।

ତେବେ ଷ୍ଟିଭେଡରିଂ ବିବାଦକୁ ନେଇ ସିୱେଜ୍ ମ୍ୟାନେଜରଙ୍କୁ ହତ୍ୟା କରିବା ପାଇଁ ୨୦୧୫ରୁ ବ୍ଲୁପ୍ରିଂଟ୍ ପ୍ରସ୍ତୁତ କରାଯାଇବା ଜେରା ବେଳେ କହିଛି ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ । ତେବେ ହତ୍ୟାକାଣ୍ଡରେ ୪୦ ପ୍ରତିଶତ ତଦନ୍ତ ଆଗେଇଛି । ଖୁବଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ୨୬ ତାରିଖରେ ପ୍ରଥମେ ବୋମାମାଡ ପରେ ଗୁଳିମାଡ କରି ସିୱେଜ ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ।