ପାରଦୀପ ସିୱେଜ୍ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ୫ ଅଭିଯୁକ୍ତଙ୍କୁ ଗିରଫ କଲା ପାରଦୀପ ପୁଲିସ

52

ପାରଦୀପ : ପାରଦୀପ ସିୱେଜ୍ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପାରଦୀପ ପୁଲିସ । ଆଜି ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତଙ୍କ ବାବଦରେ ଅଧିକ ସୂଚନା ଦିଆଯିବ । ଗତ ୨୬ ତାରିଖରେ ମହେନ୍ଦ୍ର ସ୍ୱାଇଁଙ୍କ ଗାଡି ଉପରକୁ ବୋମା ମାଡ କରିବା ପରେ ଅଭିଯୁକ୍ତ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଦୁବୃର୍ତମାନେ ଫେରାର ହୋଇଯାଇଥିଲେ । ୨ଟି ବାଇକରେ ଦୁବୃର୍ତ ଆସି ଏହି କାଣ୍ଡ କରିଥିଲେ । ଏହି ଗୁଳିମାଡ ଷ୍ଟିଭେଡରିଂ ବିବାଦକୁ ନେଇ ହୋଇଥିବା ସନ୍ଦେହ କରୁଥିଲା ପୁଲିସ । ତେବେ ଏହି ଘଟଣାରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –