ପାରାଦ୍ୱୀପରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା !

24

କନକ ବ୍ୟୁରୋ : ପାରାଦ୍ୱୀପରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ପାରାଦ୍ୱୀପ ତୈଳ ବିଶୋଧନାଗାର ମଧ୍ୟରେ ଥିବା ପୁଂଜିଲୋଡ଼ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକ ସନ୍ତୋଷ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାରୋକ । ଶତାଧିକ ଲୋକ ତୈଳ ବିଶୋଧନାଗାର ୪ନମ୍ବର ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଅବରୋଧ କରିଛନ୍ତି । ଗତକାଲି ସନ୍ତୋଷ କମ୍ପାନୀରେ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପରେ ମେଡ଼ିକାଲ ନେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାରର ଜଣକୁ ଚାକିରି ଦେବା ସହ କ୍ଷତିପୁରଣ ଦାବି କରିଛନ୍ତି ଆନ୍ଦୋଳନକାରୀ । ବିଶୋଧନାଗାର ଆଗରେ ଶତାଧିକ ଲୋକ ଟାୟାର ଜାଳି ରାସ୍ତାରୋକ କରିବା ଦ୍ୱାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।