ପାରାଦୀପ ମାଛ ମଡକର କାରଣ : ଅନୁଧ୍ୟାନ ପାଇଁ ପହଂଚିଲା ସିଫାର ୬ ଜଣିଆ ଟିମ୍

33

ପାରଦୀପ : ପାରଦୀପ ମାଛ ମଡକ ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ବିୟର ଫ୍ୟାକ୍ଟ୍ରିର ଦୂଷିତ ପାଣି ଯୋଗୁଁ ହୋଇଛି ବିଷକ୍ରିୟା । ଯାହାଫଳରେ ମରିପଡ଼ିଛନ୍ତି କ୍ୱିଂଟାଲ କ୍ୱିଂଟାଲ ମାଛ । ପାରଦୀପ ମାଛ ମଡ଼କ ଘଟଣାରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବେଶବିତ୍ । ଆଉ ଘଟଣାର ୪ ଦିନ ପରେ ପ୍ରଶାସନର ନିଦ ଭାଙ୍ଗିଛି । ଗାତ ଖୋଳି ପଚାମାଛ ପୋତିବା ସହ ବ୍ଲିଚିଂ ପାଉଡର ଦେଇ ପରିଷ୍କାର କରିଛି ପ୍ରଶାସନ । ସେପଟେ ଏବେବି ହଜାର ହଜାର ସଂଖ୍ୟାରେ ମାଛ ପଡ଼ି ରହିଛନ୍ତି ନଦୀ କୂଳରେ । ଘଟଣାକୁ ଏହା ମଧ୍ୟରେ ୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ମତ୍ସ୍ୟ ସଂପଦ ବିଭାଗ କୌଣସି ଅଧିକାରୀଙ୍କ ପାଦ ବି ପଡ଼ିନି ଘଟଣା ସ୍ଥଳରେ । ତେବେ ଆଶା କରାଯାଉଛି ଯାଂଚ୍ ପାଇଁ ଯାଇଥିବା ପାଣିର ନମୂନା ସଂପର୍କିତ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ମାଛ ମୃତ୍ୟୁର ପ୍ରକୃତ କାରଣ ।

ପାରାଦୀପ  ମଲା ମାଛ ଭାସିବା ଘଟଣାରେ ସିଫା ଟିମର ଅନୁଧ୍ୟାନ । ସିଫାର ୬ ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛି ।ସିଫାର ବିଶେଷଜ୍ଞ ପ୍ରୀୟବ୍ରତ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଟିମ ଯାଇଛି । ଗତକାଲି ବଟ ନଦୀର ଦୂଷିତ ଜଳକୁ ପୌର ପରିଷଦ ପକ୍ଷରୁ ସଫେଇ କରାଯାଇଥିଲା । ପାଣିରୁ ଟନ ଟନ ମାଛ ଆଣି ଗାତ ଖୋଳି ପୋତାଯାଇଥିଲା ।