ଡରାଇଲା ଆମୋନିଆ ଗ୍ୟାସ

26

ପାରାଦୀପ: ଡରାଇଲା ଆମୋନିଆ ଗ୍ୟାସ । ପାରାଦୀପ ପିପିଏଲ ସାର କାରଖାନାରୁ ଆମୋନିଆ ଗ୍ୟାସ ଲିକେଜ ଯୋଗୁଁ ଆତଙ୍କିତ ପାରାଦୀପ ବାସୀ । ପାଖାପାଖି ଦେଢ ଘଂଟା ଧରି ଆମୋନିଆ ଗ୍ୟାସ ଲିକେଜ ଯୋାଗୁଁ ଅଣନିଶ୍ୱାସୀ ହୋଇପଡିଥିଲେ ଲୋକେ । କିଛି ସମୟ ମଧ୍ୟରେ ବିଜୟ ଚନ୍ଦ୍ରପୁର,ବୃନ୍ଦାବନ କଲୋନୀ, ସିଏଲଆର ପ୍ଲଟ, ଅଠରବାଙ୍କି ,ଲକପଡା,ଲୋକନାଥ କଲୋନୀକୁ ବ୍ୟାପିଯାଇଥିଲା ଗ୍ୟାସ । ସଂନ୍ଧ୍ୟା ସମୟରେ ବିଜୁଳି ନଥିବାରୁ ଲୋକେ ବାହାରେ ବୁଲିଥିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା ।

ପାଖାପାଖି ଅଂଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ । ପିପିଏଲ ସାର କାରଖାନାରୁ ବିଭିନ୍ନ ସମୟରେ ଆମୋନିଆ ଗ୍ୟାସ ଲିକେଜ ହେଉଥିବା ବେଳେ ଏହାର ଏକ ପାଇପ ଫାଟିଯାଇଥିବା ଅଭିଯୋଗ ହୋଇଛି । ପିପିଏଲ କର୍ତୃପକ୍ଷ ଏନେଇ କିଛି ଜାଣିନଥିବା କହୁଥିବା ବେଳେ ପାରାଦୀପ ନାଗରିକ ମଂଚ ଆନ୍ଦୋଳନର ଚେତାବନୀ ଦେଇଛି । କମ୍ପାନୀ କର୍ତୃପକ୍ଷ ଏହାର ତୁରନ୍ତ ପ୍ରତିକାର ନକଲେ କମ୍ପାନୀକୁ ବନ୍ଦ କରିଦିଆଯିବ ବୋଲି ନାଗରିକ ମଂଚ ପକ୍ଷରୁ ଧମକ ଦିଆଯାଇଛି ।