ନାବାଳିକା କାଷ୍ଟିଂକାଉଚ ମାମଲା : ପପୁ ପମପମ ଏବଂ ତାଙ୍କସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କୁ ସର୍ତମୂଳକ ଜାମିନ

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : କମେଡି କିଙ୍ଗ ପପୁ ପମପମଙ୍କୁ ଜାମିନ । ନାବାଳିକା କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟ ପପୁ ପମପମଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କୁ ମଧ୍ୟ ସର୍ତମୂଳକ ଜାମିନ ମିଳିଛି । ପପୁଙ୍କୁ ୨୦ ହଜାର ଟଙ୍କାର ବେଲ ବଣ୍ଡ ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ । ଏହାସହ ତାଙ୍କ ପାଇଁ କେତେକ ନିର୍ଦେଶନାମା ମଧ ରହିଛି । ପୁଲିସ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ କୋର୍ଟଙ୍କ ନିର୍ଦେଶ ରହିଛି । ଏନେଇ ପପୁଙ୍କ ଓକିଲ ଦେବସ୍ନାନ ଦାସ ସୂଚନା ଦେଇଛନ୍ତି । ଗତକାଲି ହାଇକୋର୍ଟରେ ପପୁ ପମପମଙ୍କ ଜାମିନ ଆବେଦନ ଶୁଣାଣି ହୋଇ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଗତମାସ ୩୦ ତାରିଖରେ ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ଅଭିଯୋଗରେ ହାସ୍ୟ ଅଭିନେତା  ପପୁ ପମପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ।