ପପୁଙ୍କ ହସରେ ବ୍ରେକ୍

32

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ତତ୍ୱପ୍ରକାଶ ଶତପଥୀ । ଓରଫ ପପୁ ପମ୍ ପମ୍ । ଓଲିଉଡର ଷ୍ଟାଣ୍ଡ-ଅପ୍ କମେଡିଆନ୍ ଏବେ କଂଟ୍ରୋଭର୍ସିଆଲ୍ କମେଡିଆନ୍ । ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଏହି ହାସ୍ୟ ଅଭିନେତା ଏବେ ପାଲଟି ଯାଇଛନ୍ତି ଲୋକଙ୍କ ଦୁଃଖର କାରଣ । ଓଲିଉଡରେ ବି ପପୁଙ୍କ କାଣ୍ଡକୁ ନେଇ ଚର୍ଚ୍ଚା । ତାଂକ ସହ କାମ କରୁଥିବା କିଛି ହାସ୍ୟ ଅଭିନେତା ଏବେ ଯେପରି ପପୁଙ୍କ ବିରୋଧୀ । ପ୍ରଥମେ ହରି ପରେ ଜୟୀ । ଆଉ ଏବେ ଦେବୁ ବ୍ରହ୍ମା । କହିଛନ୍ତି, କେମିତି ଥିଲା ସେଦିନ । ଓଲିଉଡରେ ପଇସା ନଥିଲା । ଆଉ ପପୁ ଆସିବା ପରେ ସବୁ ଯେପରି ବଦଳିଯାଇଛି । ପପୁ ହୋଇଯାଇଛନ୍ତି ଇଣ୍ଡଷ୍ଟ୍ରୀର ହଟ୍ କେକ୍ ।

ସମୟ ଥିଲା ଓଲିଉଡର ସମସ୍ତ କମେଡିଆନଙ୍କୁ ଡାକି ସମ୍ବର୍ଦ୍ଧିତ କରୁଥିଲେ ପପୁ ପମପମ୍ । ହେଲେ ସମସ୍ତଙ୍କୁ ପଛରେ ପକାଇ ରାତାରାତି ସେ ବନିଯାଇଥିଲେ ଓଲିଉଡର ଆଗଧାଡିର କମେଡିଆନ୍ । ଆଉ ଏବେ ଚିଟଫଣ୍ଡ ଖଳନାୟକ ପ୍ରଭାସ ରାଉତଙ୍କ ସହ ଲିଙ୍କ ନେଇ ପଦାରେ ପଡିବା ପରେ ଚିତ୍ର ବଦଳି ଯାଇଛି । ଗୋଟିଏ ପଟେ ପପୁ ପମପମ୍ , ଅନ୍ୟପଟେ ଇଣ୍ଡଷ୍ଟ୍ରୀର ଅନ୍ୟ କମେଡିଆନ୍ । ସ୍ଥିତି ବଦଳିଯାଇଛି , ଆଉ ପପୁଙ୍କ ହସରେ ଲାଗିଯାଇଛି ବ୍ରେକ୍ ।