ଝାରପଡା ଜେଲରୁ ବାହାରିଲେ ପପୁ ପମପମ୍

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚକମା ଦେଲେ ପପୁ । ସାମ୍ନାରେ ଭିଡ ହେଲେ ପଛ ଗେଟ ଦେଇ ଚାଲିଗଲେ ପପୁ ପମପମ୍ । ଦୀର୍ଘ ୪୧ ଦିନ ପରେ ଝାରପଡା ଜେଲରୁ ପପୁଙ୍କୁ ମୁକ୍ତି ମିଳିଛି । ପପୁଙ୍କୁ ଦେଖିବାକୁ ଜେଲ୍ ପରିସରରେ ଜମିଥିଲା ଶହ ଶହ ଲୋକଙ୍କ ଭିଡ। ଗଣମାଧ୍ୟମର ପ୍ରତିନିଧି ବି ଅପେକ୍ଷା କରି ରହିଥିଲେ । ହେଲେ ସମସ୍ତଙ୍କୁ ଚକମା ଦେଇ ପଛ ଗେଟ୍ ଦେଇ ବାଇକରେ ପଳାଇଛନ୍ତି ଓଲିଉଡର ଏହି ବିବାଦୀୟ ହାସ୍ୟଅଭିନେତା । କିନ୍ତୁ ସାଇଡ୍ ଗେଟ ଦେଇ ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁ ଓରଫ ଗିଟୁ ବାହାରିଥିଲା।

ଏହା ସହ ପଦାକୁ ଆସିଲେ ପପୁ : ପୀଡିତା ଓ ପରିବାରକୁ ଧମକ୍ ନଦେବାକୁ ହାଇକୋର୍ଟଙ୍କ ନିର୍ଦେଶ