ରାଜନୀତି… ନା ବାବା ନା… ଆଉ ନାମ ନେବିନି । ପପୁ ପମପମ କହିଲେ ରାଜନୀତିକୁ ଅଲବିଦା ।

ମୋ ପାଖରେ ସମ୍ଭାବନା ପ୍ରବଳ ଅଛି, ସେମିତି ଭିଡ ଅଛି । ସମସ୍ତେ କହୁଛନ୍ତି ଆମ ଦଳକୁ ପଳେଇ ଆସ । ହେଲେ କଳାକାର ଟିଏ କଳାକାର ଜାଗାରେ ରହିବାର ଆବଶ୍ୟକତା ରହିଛି । ଆଉ ରାଜନୀତି ଭିତରକୁ ଯିବିନାହିଁ ।

634

ଆଉ ରାଜନୀତି କରିବି ନାହିଁ । ସବୁ ପ୍ରମୁଖ ଦଳ ଯଦିଓ ଡାକୁଛନ୍ତି, ହେଲେ ଆଉ ସେଇ ରାଜନୀତି ଭିତରକୁ ଯିବିନି କି ନାମ ନେବିନି । କନକ ନ୍ୟୁଜର କାର୍ଯ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ କିଛି ଏଭଳି ଉକ୍ତି ରଖିଛନ୍ତି ପପୁ ପମପମ । କହିଛନ୍ତି, ମୋ ପାଖରେ ସମ୍ଭାବନା ପ୍ରବଳ ଅଛି, ସେମିତି ଭିଡ ଅଛି । ସମସ୍ତେ କହୁଛନ୍ତି ଆମ ଦଳକୁ ପଳେଇ ଆସ । ହେଲେ କଳାକାର ଟିଏ କଳାକାର ଜାଗାରେ ରହିବାର ଆବଶ୍ୟକତା ରହିଛି । ଆଉ ରାଜନୀତି ଭିତରକୁ ଯିବିନାହିଁ । ୨୦୧୯ ରାଜନୀତିର କୋଳାହଳରେ ପପୁଙ୍କ ଭୂମିକା କଣ ରହିବ ତାର କିଛି ଏଭଳି ସ୍ପଷ୍ଟ ଉତ୍ତର ରଖିଛନ୍ତି ଏହି ହାସ୍ୟ ଅଭିନେତା ।

ମନୋରଂଜନ କ୍ଷେତ୍ରରେ ସବୁବେଳେ ମିଡିଆ ପାଇଁ ଖୋରାକ ଯୋଗାଇଛନ୍ତି ପପୁ ପମପମ । ନିଜର ହାସ୍ୟ ଅଭିନୟ ପାଇଁ, ଅସୁସ୍ଥତା ପାଇଁ ହେଉ ଅବା କିଛି ବିବାଦ ପାଇଁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ପପୁ । ଆଉ କନକ ନ୍ୟୁଜର କାର୍ଯ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ ପପୁ ପମପମ ବର୍ଷ ଶେଷରେ ଏମିତି ଅନେକ କଥା କହିଛନ୍ତି, ଯାହା ତାଙ୍କୁ ପୁଣି ଥରେ ଖବରର ଶିରୋନାମାକୁ ନେଇ ଆସିଛି ।

୨୦୧୮ର ତିକ୍ତ ଅନୁଭୁତି ଭିତରେ ପପୁ କିନ୍ତୁ ହସିବା ଆଉ ହସାଇବା ଭୁଲିନାହାନ୍ତି । ପପୁଙ୍କ ହିସାବରେ, ସେ ଯେମିତି ଥିଲେ ସେମିତି ଅଛନ୍ତି ଖାଲି ଓଜନ କମିଯାଇଛି । ଦେହ ଖରାପ ସମୟରେ ସେ ବହୁତ କଷ୍ଟ ପାଇଛନ୍ତି, ମରିବି ଯାଇଥାନ୍ତେ । ହେଲେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ତାଙ୍କୁ ବଂଚାଇ ଆଣିଛି । ଏବେ ଖାଲି ଭିଟାମିନ ଓ କ୍ୟାଲସିୟମ ମେଡିସିନ ଚାଲିଛି । ଦୁର୍ବଳତା ଦୂର ହେଲେ ସେ ପୁଣି ଦମ୍ ଦେଖାଇବା ପ୍ରସ୍ତୁତ ହେବେ ।


ବର୍ଷ ୨୦୧୮ରେ କିଛି ନକରି ସେ ନ୍ୟୁଜ ମେକର ବନିଥିବା କହିଛନ୍ତି ପପୁ ପମପମ । ହେଲେ ସେ ଗୋଟିଏ କଥା ଶିଖିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜାନୁୟାରୀରୁ ସେ ଅନସ୍କ୍ରୀନ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । ଗୋଟିଏ ପରିସ୍ଥିତିରେ ସେ ଚିନ୍ତା କରିଥିଲେ, ଯାହାର ନାଁ ଅଛି, ସିଏ ହିଁ ବଦନାମ ହୁଏ । ବଦନାମ କରାଯିବା ପଛରେ ରାଜନୀତି ବି ଥିଲା । ହେଲେ ସେ ଆଉ ନାମ ନେବାକୁ ଚାହିଁବେନି ।

ନୂଆ ଭୂମିକାରେ ଆଗକୁ ଆସୁଥିବା ପପୁ ପମପମଙ୍କୁ କିଭଳି ଲୋକେ ଗ୍ରହଣ କରୁଛନ୍ତି, ଏବେ ତାକୁ ଅପେକ୍ଷା ।