ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପପୁ ପମପମ୍ : ଆଇସିୟୁରୁ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତର

23

କନକ ବ୍ୟୁରୋ : ଓଲିଉଡର ହାସ୍ୟ ଅଭିନେତା ପପୁ ପମପମ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଦେଢ଼ ମାସ ପରେ ପପୁଙ୍କୁ ଏମ୍ସ ହସ୍ପିଟାଲ୍ ଆଇସିୟୁ’ରୁ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି । ଅଳ୍ପ ଦିନ ଭତରେ ପପୁ ସମ୍ପୂର୍ଣ୍ଣ ଠିକ ହୋଇଯିବେ ବୋଲି ଡାକ୍ତରମାନେ ଆଶା କରୁଛନ୍ତି । ପପୁ ଆଜି ପରିବାର ଲୋକଙ୍କ ସହ ଏମ୍ସ ହସ୍ପିଟାଲ୍ କ୍ୟାମ୍ପସରେ ବୁଲାବୁଲି କରିଛନ୍ତି । ବନ୍ଧୁମାନଙ୍କ ସହ ମୋବାଇଲ୍ ଫୋନ୍ ଯୋଗେ କଥା ମଧ୍ୟ ହୋଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସେ ଭୁବନେଶ୍ୱର ଫେରିବେ ବୋଲି ବନ୍ଧୁମାନଙ୍କୁ କହିଥିବା ଜଣାପଡ଼ିଛି। ପପୁଙ୍କ ପତ୍ନୀ ତାଙ୍କ ନିକଟରେ ରହି ସେବା କରୁଥିବା ବେଳେ ସହଯୋଗୀ ଗିଟୁ, ବନ୍ଧୁ ଗୋକୁଳି ମଧ୍ୟ ଅଛନ୍ତି ।

Papu Pumpum

ସୂଚନାଯୋଗ୍ୟ ଅଗ୍ନାଶୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ପପୁ ପମପମ୍ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ଏବେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ରଜରେ ପପୁଙ୍କ ଦୁଇଟି ଫିଲ୍ମ ‘୪ ଇଡିଏଟ୍’ ଓ ‘ସୁନ୍ଦରଗଡ଼ର ସଲମାନଖାନ’ ରିଲିଜ୍ ହୋଇଥିବାରୁ ସେ ଫିଲ୍ମର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ଏବେ ସେ ସଂପୂର୍ଣ୍ଣ ସୁସ୍ଥ । ଏନେଇ ପପୁ ସ୍ୱାସ୍ଥ ମନ୍ତ୍ରୀ ପ୍ରତାପ ଜେନା ଓ ଚଳଚ୍ଚିତ୍ର ନିଗମ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି ।