ଜେଲ୍ ନା ବେଲ୍ : କଣ ହେବ ପପୁ ପମପମଙ୍କ ଭାଗ୍ୟ ,କାଲି ଆସିବ ରାୟ

81

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପପୁଙ୍କୁ ଜେଲ ନା ବେଲ । କାଲି ଆସିବ ରାୟ । ନଜର ଭୁବନେଶ୍ୱର ଜିଲ୍ଲା ଓ ଦୈାରାଜଜଙ୍କ ଉପରେ । କମେଡି କିଙ୍ଗଙ୍କ ରାତିର ନିଦ ଉଡାଇଛି ଜେଲର ହାୱା । ୧୧ ଦିନ ବିତିଲାଣି ଜେଲର ଚାରିକାନ୍ଥ ଭିତରେ । ଆଉ ୧୧ରେ ହେବ ବେଲ ଆବେଦନର ଶୁଣାଣି । ଆଉ ଏହାରି ଭିତରେ ପପୁ ବେଲ ପାଇବେ କି ନାହିଁ ତାର ୧୧ଟି ପଏଂଟ ଖୋଜିଛନ୍ତି ବରିଷ୍ଠ ଆଇନଜୀବୀ ।

ଏହା ମଧ୍ୟରୁ ୬ଟି ପପୁଙ୍କ ବିରୋଧରେ ଯାଉଥିବା ବେଳେ ୫ଟି ପଏଂଟ ପପୁଙ୍କୁ ଜାମିନ ପାଇବାରେ ସହାୟକ ହୋଇପାରେ । ନଜର ପକାନ୍ତୁ ସପକ୍ଷ ଆଉ ବିପକ୍ଷ ଯୁକ୍ତି ଉପରେ । ପପୁ ବେଲ ପାଇବା ବିରୋଧରେ ଆଇନଜୀବୀ କଣ ଯୁକ୍ତି ଦର୍ଶାଇଛନ୍ତି ।
ଯୁକ୍ତି- ୧: ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଉଦ୍ୟମ
ନାବାଳିକାଙ୍କ ବାପା ନିଜ ତରଫରୁ କମ୍ପ୍ରୋମାଇଜ ପିଟିଶନ ଦେବା ପରେ ଏହି ଧାରଣାକୁ କୋର୍ଟ ବିଚାରକୁ ନେଇପାରନ୍ତି ।
ଯୁକ୍ତି- ୨: ଆଇପିସିର ଜାମିନ ବିହୀନ ଦଫା
ପପୁଙ୍କ ବିରୋଧରେ ଲାଗିଛି ଆଇପିସିର ୩୫୪(ଏ) ଓ ୫୦୬ ପରି ଜାମିନ ବିହୀନ ଦଫା । ଯାହା ବେଲ୍ ପାଇବାରେ ବାଧକ ହୋଇପାରେ ।
ଯୁକ୍ତି- ୩: ନାବାଳିକାକୁ ଯୈାନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ
ପପୁଙ୍କ ବିରୋଧରେ ଲାଗିଛି ଶିଶୁ ଯୈାନ ନିର୍ଯାତନା ନିରୋଧ ଆଇନର ବିଭିନ୍ନ ଦଫା । ଫଳରେ ତାଙ୍କୁ ବେଲ ମିଳିନପାରେ ।
ଯୁକ୍ତି- ୪: ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ
ନାବାଳିକା ମାଜିଷ୍ଟ୍ରେଟଙ୍କ ଆଗରେ ପପୁଙ୍କ ବିରୋଧରେ ଦେଇଥିଲେ ବୟାନ । ଯାହାକୁ ବିଚାର ପ୍ରକ୍ରିୟାରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଏ ।
ଯୁକ୍ତି- ୫: ତଦନ୍ତକାରୀ ଅଫିସରଙ୍କ କୋର୍ଟରେ ବୟାନ
ତଦନ୍ତ କରୁଥିବା ମହିଳା ଥାନାର ଅଧିକାରୀଙ୍କ ବୟାନ ପପୁଙ୍କ ବିରୋଧରେ ଯାଇପାରେ ।
ଯୁକ୍ତି- ୬: ନାବାଳିକା ଓ ତାଙ୍କ ପରିବାରର ସୁରକ୍ଷା
ଯେହେତୁ ପପୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତେଣୁ ଜାମିନରେ ଆସିଲେ ହୁଏତ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିପାରନ୍ତି ।

ଅପରପକ୍ଷରେ ପପୁଙ୍କୁ ବେଲରେ ଆଣିବାକୁ ତାଙ୍କ ଓକିଲ ମଧ୍ୟ ବାଢିଛନ୍ତି ଯୁକ୍ତି ।
ଯୁକ୍ତି- ୧: ପପୁଙ୍କ ନାଁରେ ଅପରାଧିକ ରେକର୍ଡ ନାହିଁ ।
ଯୁକ୍ତି- ୨: ପପୁଙ୍କ ସାମାଜିକ ପ୍ରତିଷ୍ଠା ତାଙ୍କୁ ବେଲ ଦେବାରେ ସହାୟକ ହୋଇପାରେ ।
ଯୁକ୍ତି- ୩: ପପୁଙ୍କ ଉପରେ ବହୁ ପ୍ରଯୋଜନା ସଂସ୍ଥା ଟଙ୍କା ଲଗାଇଛନ୍ତି । ବେଲ ନମିଳିଲେ ବ୍ୟବସାୟିକ କ୍ଷତିର ଆଶଙ୍କା ।
ଯୁକ୍ତି- ୪: ମାମଲା ରୁଜୁ ହେବାପରେ ମଧ୍ୟ ଫେରାର୍ ହୋଇନଥିଲେ ପପୁ ।
ଯୁକ୍ତି- ୫: ନାବାଳିକା କରିଥିବା ଅଭିଯୋଗର ଗୁରୁତ୍ୱ । କାରଣ ୨୦୧୪ ମସିହାରେ ଘଟିଥିବା ଘଟଣା ବାବଦରେ ୨୦୧୬ରେ ଅଭିଯୋଗ ହୋଇଥିଲା । ଏହାରି ଭିତରେ ନଜର କାଲି ପପୁଙ୍କୁ ବେଲ ମିଳୁଛି ନା ଜେଲ ହେଉଛି । ।