ପୁଣି ବିବାଦ ଘେରରେ ପପୁ ପମପମ୍ ! ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ କଲେ କମେଡି, ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍ ।

6,123

କନକ ବ୍ୟୁରୋ : ପୁଣି ବିବାଦ ଘେରରେ ଓଲିଉଡର ହାସ୍ୟ ଅଭିନେତା ପପୁ ପମପମ୍ । ନିଜର ନୂଆ ସିନେମାର ପୋଷ୍ଟରକୁ ନେଇ ପପୁ ଯେଉଁ ବିବାଦର ସାମ୍ନା କରିଥିଲେ, ସେଥିରୁ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ, ଏବେ ପୁଣି ଥରେ ଆଉ ଏକ ନୂଆ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ଏହି ହାସ୍ୟ ଅଭିନେତା ।

ବର୍ତ୍ତମାନ ସମୟରେ ଯେଉଁ ମହିଳାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ତାଙ୍କୁ ମଧ୍ୟ ନକଲ କରିବାକୁ ପଛାଇନାହାନ୍ତି ପପୁ । ଆଜ୍ଞା ହଁ, ଆମେ ଆପଣଙ୍କୁ କହୁଛୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ କଥା । ହିମେଶ ରେସମିଆଁଙ୍କ ସହ ସେ ଯେଉଁ ଏକ ଗୀତ ସୁଟ୍ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇହୋଇଯାଇଛି । ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ ଏମାନଙ୍କ ତାଲିକାରେ ଏବେ ସାମିଲ ହୋଇଯାଇଛନ୍ତି ପପୁ ।

ଭିଡିଓରେ ଦେଖିବାକୁ ମିଳିଛି, ଯେଉଁଭଳି ଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ, ଏବଂ ତାଙ୍କ ପାଖରେ ହିମେଶ ରେସମିଆଁ ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପପୁ ଏକ ଶାଢି ପିନ୍ଧି ରାନୁ ମଣ୍ଡଳ ସାଜିଛନ୍ତି । ଏବଂ ଆଉ ଜଣେ ବ୍ୟକ୍ତି ହିମେଶ ରେସମିଆଁଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଛନ୍ତି । ରାନୁଙ୍କ ଭଳି ପପୁ ମଧ୍ୟ ରାନୁଙ୍କ ଭଏସରେ ଗୀତ ଗାଇ ନକଲ କରୁଛନ୍ତି । ତେବେ ପପୁ ଜଣେ ଅଭିନେତା ହୋଇ ମଧ୍ୟ, ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ କମେଡି କରିବା କେତେ ଦୂର ଠିକ୍ ? ଏହା ଆପଣଙ୍କ ବିଚାର ।