ନୂଆ ଅବତାରରେ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍ : ଅସୁସ୍ଥତା କାରଣରୁ ଫିଲ୍ମ ଜଗତରୁ ଯାଇଥିଲେ ଦୂରେଇ

ଆସନ୍ତା ୫ ତାରିଖରେ ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହେବ

412

ହାସ୍ୟ ଅଭିନେତା ତତ୍ୱ ପ୍ରକାଶ ଶତପଥୀ (ପପୁ ପମ୍ ପମ୍) ନୂଆ ଅବତାରରେ ଓଲିଉଡକୁ ଫେରିବାକୁ ପ୍ରସ୍ତୁତ । ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍ ପୁଣି ଏକ ନୂଆ ରୂପରେ । ଅସୁସ୍ଥତା କାରଣରୁ କିଛି ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ପପୁ, ମାତ୍ର ସେ ସୁସ୍ଥ ହୋଇ ପୁଣି ଫିଲ୍ମ ଜଗତକୁ ଫେରୁଥିବାର ଦେଖିବାକୁ ମିଳୁଛି ।

ସଂଗୀତ ନିର୍ଦ୍ଦେଶନାରୁ କଳାକାର ଜୀବନ ଆରମ୍ଭ କରିଥିବା ପପୁ ଏବେ ପୁଣିଥରେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍’ରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଉଥିବା ଜଣାପଡ଼ିଛି । ନବାଗତ ଏବଂ ଅଭିଜ୍ଞ କଳାକାରମାନଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ପପୁ ଚିତ୍ରନାଟ୍ୟ, ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି । ଫିଲ୍ମରେ ଗୀତ ଲେଖିଛନ୍ତି ଦୀପକ ଜେନା ଓ ସ୍ମୃତି । ଆସନ୍ତା ୫ ତାରିଖରେ ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥିରେ ପପୁ ଓ ତାଙ୍କ ସହଯୋଗୀମାନେ ଯୋଗଦେବେ । ବହୁତ ଦିନ ପରେ ସେ ପରଦାକୁ ଫେରୁଥିବାରୁ ତାଙ୍କ ଫ୍ୟାନ୍ ତାଙ୍କ ଉପସ୍ଥିତିକୁ ଅନେଇ ବସିଛନ୍ତି ।