କାଳିଆ ଦାଣ୍ଡରେ କମେଡି କିଙ୍ଗ୍ ! ରାତି ଅଧରେ ବଡଦାଣ୍ଡରେ ସାଷ୍ଟାଙ୍ଗ ଦଣ୍ଡବତ ସହ କଲେ କ୍ଷମାଭିକ୍ଷା

71

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବଡଦାଣ୍ଡରେ ପ୍ରାୟଶ୍ଚିତ କଲେ କମେଡି କିଙ୍ଗ ପପୁ । ଶ୍ରୀଜଗନ୍ନାଥ ଓ ତୁଳସୀଙ୍କୁ କଟାକ୍ଷ କରିବା ପରେ ବେଶ କିଛି ଦିନ ହେବ ବିରୋଧର ସାମ୍ନା କରୁଥିଲେ ହାସ୍ୟ ଅଭିନେତା ପପୁ ପମ୍ ପମ୍ । ଶେଷରେ ପପୁଙ୍କ ଚେତା ପଶିଛି । ଗତକାଲି ରାତିରେ ପୁରୀ ବଡଦାଣ୍ଡରେ ପହଁଚି ସାଷ୍ଟାଙ୍ଗ ପ୍ରଣାମ କରିବା ସହ ନିଜ ଭୂଲ ପାଇଁ ଜଗନ୍ନାଥଙ୍କୁ କ୍ଷମା ମାଗିଛନ୍ତି ଅଭିନେତା ପପୁ ।

papu in puriପ୍ରାୟଶ୍ଚିତ ପାଇଁ ଗୁରୁବାର ଅଧରାତିରେ ବଡ ଦାଣ୍ଡରେ କମେଡି କିଙ୍ଗ ପପୁ ପମ୍ ପମ୍ ପହଂଚିଥିଲେ । ଆଗରେ ଆଗରେ ଗଣମାଧ୍ୟମର କ୍ୟାମେରା ଯାଉଥାଏ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଲୋ କରୁଥାନ୍ତି ପପୁ । ଆଉ ସିଂହ ଦ୍ୱାରରେ ପହଁଚିବା ପରେ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଥିଲା କିଛି ଏଭଳି ଦୃଶ୍ୟ । ଶ୍ରୀଜଗନ୍ନାଥଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପପୁ ପମ୍ ପମ୍ । ଆରମ୍ଭ ହୋଇଥିଲା ପ୍ରାୟଶ୍ଚିତର ପର୍ବ । ଜଗନ୍ନାଥ, ତୁଳସୀ ଓ ସେବାୟତଙ୍କୁ କଟାକ୍ଷ କରି ବିବାଦ ଘେରକୁ ଚାଲି ଆସିଥିବା ପପୁ ସର୍ବସାଧାରଣରେ କ୍ଷମା ମାଗିଥିଲେ ।

ଏବେ ନଜର ପକାନ୍ତୁ କାହିଁକି ବିବାଦ ଘେରକୁ ଚାଲି ଆସିଥିଲେ ପପୁ ପମ୍ ପମ୍ । ପୁରୀ ବେଳାଭୂମି ମହୋତ୍ସବରେ କାଳିଆଙ୍କୁ କମେଡି କରିଥିଲେ କମେଡି କିଙ୍ଗ । ହେଲେ କମେଡିରେ କଟାକ୍ଷ ତାଙ୍କ ପାଇଁ ମହଙ୍ଗା ପଡିଥିଲା । ଜଗନ୍ନାଥ ସେନା ଠାରୁ ଲୁଲୁ ସେନା ସମସ୍ତେ ବିରୋଧ କଲେ । ଏମିତିକି ପପୁଙ୍କ ଉପରକୁ କାଳିମାଡ ବି ହେଲା । ଏବେ ପପୁଙ୍କ ପ୍ରାୟଶ୍ଚିତ ହୁଏତ ତାଙ୍କ ପାପକୁ ଧୋଇଦେଲା । କିନ୍ତୁ ସାଧାରଣରେ ଏକ ପ୍ରଶ୍ନ ବି ଛାଡିଗଲା ଯେ କମେଡିରେ ଶାଳୀନତା ରହିବା ଉଚିତ ନୁହେଁ କି?

ତେବେ କମେଡି କିଙ୍ଗରୁ ଟ୍ରାଜେଡି କିଙ୍ଗ୍ ପାଲଟିଥିବା ପପୁ ପମ୍ ପମ୍ ଏନେଇ କଣ କୁହନ୍ତି ଦେଖନ୍ତୁ ଏହି ସାକ୍ଷାତକାର