ପପୁଙ୍କ ବାସଭବନ ଆଗରେ ଲାଗିଲା ନୋଟିସ : ଜୁଲାଇ ୭ ସୁଦ୍ଧା ହାଜର ହେବାକୁ କମିଶନରେଟ ପୁଲିସର କଡା ତାଗିଦ

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଡି କିଙ୍ଗ ପପୁ ପମପମଙ୍କ ବାସଭବନ ଆଗରେ ଲାଗିଲା ନୋଟିସ । ବରମୁଣ୍ଡା ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ନୋଟିସ ଲଗାଯାଇଛି । ଜୁଲାଇ ୭ ତାରିଖ ସୁଦ୍ଧା ହାଜର ହେବାକୁ କମିଶନରେଟ ପୁଲିସର କଡା ତାଗିଦ । ମହିଳା ଥାନାରେ ହାଜର ହୋଇ ମାମଲାରେ ସାହାଯ୍ୟ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ତଦନ୍ତ ଶେଷ ହେବା ନପର୍ଯ୍ୟନ୍ତ ପ୍ରତି ୧୫ ଦିନରେ ଥାନାରେ ହାଜର ହୋଇ ତଦନ୍ତକାରୀଙ୍କୁ ସାକ୍ଷାତ କରିବେ ,ଏବଂ ଆବଶ୍ୟକ ପଡିଲେ ଯେତେବେଳେ ତଦନ୍ତକାରୀ ଚାହିଁବେ ସେହି ସମୟରେ ତଦନ୍ତରେ ସାହାଯ୍ୟ କରିବେ ବୋଲି ନୋଟିସରେ ରହିଛି । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ରାଜ୍ୟ ବାହାରକୁ ନଯିବା ପାଇଁ କଟକଣା ଲଗାଯାଇଛି ।