ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପପୁ ପମପମ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟ ଗଲେ ପପୁ। ଅଭିନୟର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁୁ ଯୈାନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭିନେତା ପପୁ ପମପମ । ତେଣୁ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ପପୁ । ପୂର୍ବରୁ ଗତ ୧୧ ତାରିଖରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ। ଗତମାସ ୩୦ ତାରିଖରେ ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ଅଭିଯୋଗରେ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ।

ପପୁôଙ୍କ ବିରୋଧରେ ଲାଗିଛି ଭାରତୀୟ ପିଙ୍ଗଳ କୋଡର ଦଫା ୩୫୪(ଏ)। ଅର୍ଥାତ୍ ମହିଳାଙ୍କୁ ଅସଦାଚରଣ ବା ଅଶ୍ଳୀଳ ବ୍ୟବହାର କରିବା । ଦଫା ୫୦୬, ଅର୍ଥାତ୍ ହତ୍ୟା ଧମକ ଦେବା ବା ଜୀବନରୁ ମାରିଦେବା ଉଦେଶ୍ୟରେ କାର୍ଯ୍ୟ କରିବା । ଦଫା ୫୦୯ ଅର୍ଥାତ୍ ଖରାପ ଭାଷାରେ ଗାଳି ଗୁଲଜ କରିବା । ଦଫା ୩୪ ଅର୍ଥାତ୍ ଏକାଧିକ ଲୋକ ମନ୍ଦ ଉଦେଶ୍ୟ ନେଇ କୌଣସି କାମ କରିବା ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ୍ ୨୦୧୨ର ଦଫା ୮ ଓ ୧୨ ଲାଗିଛି । ପପୁଙ୍କ ବିରେଧରେ ଆସିଥିବା ମାମଲାରେ ପୀଡିତାଙ୍କ ବାପା କଂପ୍ରୋମାଇଜ ପିଟିସନ ଦାଖଲ କରିବାରୁ ତଳ କୋର୍ଟରେ ଏହା ପପୁଙ୍କ ବିରୋଧରେ ଗଲା ବୋଲି ବିଚାର କରାଯାଉଛି। ତେଣୁ ହାଇକୋର୍ଟରୁ କିଭଳି ପପୁ ସହଜରେ ଜାମିନ ପାଇବେ ସେଥିଲାଗି କିଛି ବରିଷ୍ଠ ଓକିଲଙ୍କ ପରାମର୍ଷ ନେଉଥିବା ଜଣାପଡିଛି।

ତେବେ ତଳ କୋର୍ଟରେ ପପୁଙ୍କ ଜାମିନ ଖାରଜ ହୋଇଥିବାରୁ ଏବେ ଓକିଲ ବଦଳାଇ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ପପୁ। ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଦ୍ୱାରା ପପୁ ବେଲ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ସେହିପରି ୫ଟି ସମ୍ଭାବ୍ୟ ଗ୍ରାଉଣ୍ଡରେ ପପୁ ଜାମିନ ଆବେଦନ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଗୁଡିକ ହେଲା ବାପାଙ୍କ ଶାରିରୀକ ଅସୁସ୍ଥତା, ମାମଲାରେ ପପୁ ସଂପୂର୍ଣ୍ଣ ନିର୍ଦୋଷ, ଶୁଣାଣି ଚାଲିଥିବା ବେଳେ ସେ ଫେରାର ହେବେ ନାହିଁ, ପ୍ରମାଣଗୁଡିକ ନଷ୍ଟ କରିବେ ନାହିଁ ଏବଂ ଜାରି ରହିଥିବା ତଦନ୍ତ ୧୫ ଦିନ ପରେ ଅଧିକରୁ ଅଧିକ ଅଗ୍ରଗତି କରିଛି।