ପପୁ ପମପମ କାଷ୍ଟିଂ କାଉଚ୍ ମାମଲା : ମହିଳା ଥାନାରେ ହାଜର ହେଲେ ପୀଡିତାଙ୍କ ବାପା

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମ୍ ପମ୍ କାଷ୍ଟିଂ କାଉଚ ମାମଲା । ମହିଳା ଥାନାରେ ହାଜର ହେଲେ ପୀଡିତାଙ୍କ ବାପା । ତାଂକ ବୟାନ ରେକର୍ଡ ହୋଇଛି । ନିଜ ପକ୍ଷ ରଖିଛନ୍ତି ପୀଡିତାଙ୍କ ବାପା । ପପୁ ଓ ଗିଟୁଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ମାମଲାରେ ନିଜ ପକ୍ଷ ସେ ରଖିଥିବା ଜଣାପଡିଛି । ଥାନାରେ ହାଜର ପାଇଁ ପୀଡିତାଙ୍କ ବାପାଙ୍କୁ ନୋଟିସ କରିଥିଲା ପୁଲିସ । କମ୍ପ୍ରମାଇଜ ପାଇଁ ସତ୍ୟାପାଠ ପରେ ତାଙ୍କୁ ନୋଟିସ କରାଯାଇଥିଲା ।