ପପୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନାବାଳିକାଙ୍କ ଉପରେ ମାମଲା ପ୍ରତ୍ୟାହାର ପାଇଁ ପଡୁଛି ଚାପ : ଅଭିଯୋଗ ଆଣିଲେ ବବିତା କର

55

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନାବାଳିକାଙ୍କ ଉପରେ ମାମଲା ପ୍ରତ୍ୟାହାର ପାଇଁ ପଡୁଛି ଚାପ । କୋର୍ଟ ବାହରେ ଆପୋଷ ସମାଧାନ ପାଇଁ ଚାପ ପକାଯାଉଛି । କନକ ନ୍ୟୁଜ୍ ରେ ଫୋନଯୋଗେ ଏଭଳି ଅଭିଯୋଗ କରିଛନ୍ତି ଫ୍ରେଣ୍ଡସ୍ ଫାଉଣ୍ଡେସନର ସମ୍ପାଦିକା ବବିତା କର । ନାବାଳିକାଙ୍କ ପରିବାରକୁ ଟଙ୍କା ଯଚା ଯାଉଛି । ସେପଟେ କୋର୍ଟରେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ କରିଛନ୍ତି ନାବାଳିକାଙ୍କ ବାପା । ପିଟିସନ ଦାଖଲ ନେଇ ବବିତା କର ସୂଚନା ଦେଇଛନ୍ତି । ତେଣୁ ତାଙ୍କ ସୁରକ୍ଷା ଦାବି କରିଛନ୍ତି ବବିତା, ଏପରିକି ମାମଲା ଦାୟର କରିବା ପରଠାରୁ ତାଙ୍କୁ ମଧ୍ୟ ଧମକ ଚମକ ଦିଆଯାଉଥିବା କହିଛନ୍ତି ।