କଣ କଲା ସେ : ଜେଲ୍ ଭିତରେ ବି ବନ୍ଦ ହୋଇନି ପପୁଙ୍କ କମେଡି

155

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଝାରପଡା ଜେଲର ଚାରିକାନ୍ଥ ଭିତରେ ଏବେ ‘କଣ କଲା ସେ’ ଡାଏଲଗର କ୍ରେଜ୍ । ପପୁ ନିଜ ୱାର୍ଡରୁ ବାହାରିବା ମାତ୍ରେ ଅନ୍ୟ କଏଦୀ ପପୁଙ୍କୁ ମାରୁଛନ୍ତି ତାଙ୍କରି ଡାଏଲଗ୍ । କହୁଛନ୍ତି, ‘କଣ କଲା ସେ’ । ଆଉ ପପୁ କୁଆଡେ ଜବାବ ଦେଉଛନ୍ତି ‘ଜେଲକୁ ଆସି ମଲା ସେ’।

ପପୁ ଜେଲରେ ନିଜ ଫିଲ୍ମ ଗୀତର ମୁଖଡା ବି ଗାଇ ଶୁଣାଉଛନ୍ତି । ଆଉ କଏଦୀ ବି ଏହାର ମଜ୍ଜା ନେଉଛନ୍ତି । ସେପଟେ ଏବେ ରିଲିଜ ହୋଇଥିବା ଲଭ୍ ଷ୍ଟେସନ ଚଳଚ୍ଚିତ୍ର ବି ବେଶþ ଲୋକପ୍ରିୟ ହୋଇଛି । ଏହାର ଯେଉଁ ଗୀତ ହିଟ୍ ହୋଇଛି ସେଇ ଗୀତର ମୁଖଡା ବି କୁଆଡେ ଗାଇ ଶୁଣାଉଛନ୍ତି ପପୁ ।

ଏପଟେ କାଳ କୋଠରୀ ଭିତରେ ଚାଲିଛି କମେଡି, ସେପଟେ ସୋମବାର ପପୁଙ୍କ ଜାମିନ ଆବେଦନର ଶୁଣାଣି ହେବ । ବରିଷ୍ଠ ଆଇନଜୀବୀଙ୍କ କହିବାନୁସାରେ, ବେଲ୍ ଦେବା ଜଜଙ୍କ ଇଛାଧୀନ ବ୍ୟପାର । ପପୁ ଜାମିନ ପାଇବେ କି ନାହିଁ ସେ ତ ଆଉ ଗୋଟିଏ କଥା କିନ୍ତୁ ଏପଟେ ଜେଲ୍ ଭିତରେ ବି ବନ୍ଦ ହୋଇନି କମେଡି ।